ପିଏସ୍ ବିରଂଚି ସାହୁଙ୍କୁ ବାଧ୍ୟତାମୂଳକ ଅବସର
ଭୁବନେଶ୍ୱର : ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ (ଓଏସଏସସି) ସଦସ୍ୟଙ୍କ କୋଟିପତି ପିଏସ ବିରଂଚି ନାରାୟଣ ସାହୁଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ତାଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିବା ପରେ ଏହି ପଦକ୍ଷେପ ନେଇଛନ୍ତି ସରକାର । ଏହା ପୂର୍ବରୁ ସୋମବାର ଓଏସଏସସି ପକ୍ଷରୁ ତାଙ୍କୁ ନିଲମ୍ବିତ କରାଯିବା ସହ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କୁ ସୁପାରିଶ କରାଯାଇଥିଲା ।
ବିପୁଳ ପରିମାଣର ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଗିରଫ ହୋଇଥିବା କୁବେର ପିଏସ୍ ବିରଂଚି ସାହୁ ନିଲମ୍ବିତ ହୋଇଛନ୍ତି । ଓଡିଶା ଷ୍ଟାଫ ସିଲେକସନ କମିଶନ ତାଙ୍କୁ ନିଲମ୍ବନ କରିଛନ୍ତି । ଓଏସଏସସି ସଦସ୍ୟଙ୍କ ପିଏସ୍ ବିରଂଜି ସାହୁଙ୍କ ଘରେ ଚଢ଼ାଉ ବେଳେ ତାଙ୍କ ନିକଟରୁ ମୋଟ୍ ୩ କୋଟି ୭୯ ଲକ୍ଷ ଟଙ୍କାର ସମ୍ପତି ଠାବ ହୋଇଛି । ସେଥିମଧ୍ୟରୁ ୩ କୋଟି ୫୧ ଲକ୍ଷରୁ ଅଧିକ ଟଙ୍କା ଆୟ ବହିର୍ଭୂତ ସମ୍ପତି । ଯାହା ତାଙ୍କ ପ୍ରକୃତ ଆୟଠାରୁ ୨୬୮ ପ୍ରତିଶତ ଅଧିକ । ଗତ ୩୧ ତାରିଖରେ ବିରଂଚିଙ୍କୁ ଗିରଫ କରିଥିଲା ଭିଜିଲାନ୍ସ । ଜାମିନ ଆବେଦନ ପରେ ଖାରଜ ପରେ ସେ ଏବେ ୧୪ ଦିନିଆ ବିଚାରବିଭାଗୀୟ ହାଜତରେ ଅଛନ୍ତି । ଗତକାଲି ବିରଂଚିଙ୍କ ପତ୍ନୀ ଓ ଶାଳକଙ୍କ ନାଁରେ ମଧ୍ୟ ମାମଲା ରୁଜୁ କରିଛି ଭିଜିଲାନ୍ସ । ରେଡ୍ ବେଳେ ଶାଳକଙ୍କ ଘରୁ ନଗଦ ୧୩ଲକ୍ଷ ଟଙ୍କା ମିଳିଥିଲା । ଏତେ ଟଙ୍କା କାହାର ଓ କେଉଁଠୁ ଆଣିଲେ, ସେନେଇ ଖୋଳତାଡ଼ ଚାଲିଛି ।
