ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ପଦୋନ୍ନତିରେ ଅଣତାଲିମପ୍ରାପ୍ତଙ୍କୁ ଗ୍ରହଣ ଅଭିଯୋଗ
କଟକ : ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ପଦୋନ୍ନତିରେ ଅଣ ତାଲିମପ୍ରାପ୍ତ ସ୍ୱାସ୍ଥ୍ୟ କର୍ମୀଙ୍କୁ ଗ୍ରହଣ କରାଯାଇଥିବା ନେଇ ସଚେତନ ନାଗରିକ ମହାସଭା ପକ୍ଷରୁ ସିଡିଏମଓଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରାଯାଇଛି । ମହାସଭାର ଆବାହକ ବୃନ୍ଦାବନ ଦାସ ଆଜାଦ ଏଥିରେ ଦର୍ଶାଇଛନ୍ତି ଯେ, ସିଡିଏମଓଙ୍କ କାର୍ଯ୍ୟାଳୟରେ କୈାଣସି ତାଲିମ ନ ନେଇ ୨ ଜଣ କର୍ମଚାରୀ ଉଚ୍ଚ ପଦବୀକୁ ପଦୋନ୍ନତି ପାଇ କାର୍ଯ୍ୟ କରୁଥିଲା ବେଳେ ସେମାନଙ୍କ ମଧ୍ୟରୁ ଜଣେ କର୍ମଚାରୀଙ୍କ ମୃତ୍ୟୁ ହୋଇସାରିଛି । ଅପରପକ୍ଷେ ଅନ୍ୟ ଜଣଙ୍କୁ ଦରମା, ଭତ୍ତା କେଉଁ ନିୟମରେ ଦିଆଯାଉଛି ତାହା ସନ୍ଦେହ ଘେରେର ରହିଛି । ଏନେଇ ରାଜ୍ୟ ଭିଜିଲାନ୍ସ ନିର୍ଦ୍ଦେଶାଳୟରେ ଅଭିଯୋଗ କରାଯିବା ପରେ ସଂପୃକ୍ତ ବିଭାଗ ନଥିପତ୍ର ଯାଂଚ କରି ୫ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରିପୋର୍ଟ ପ୍ରଦାନ କରିଥିଲେ ହେଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରହିଥିବା ଏହି କର୍ମଚାରୀଙ୍କ ବିରୋଧରେ କୈାଣସି କାର୍ଯ୍ୟାନୁଷ୍ଠାନ ନିଆନଯିବା ଦୁର୍ଭାଗ୍ୟଜନକ ବୋଲି ସେ ଅଭିଯୋଗ କରିଛନ୍ତି । ସେହିଭଳି କର୍ମଚାରୀଙ୍କ ବଦଳି, ତାଲିମ ପ୍ରମାଣପତ୍ରର ଯାଂଚ କରାଯିବା ପାଇଁ ସେ ଦାବି କରିଛନ୍ତି ।
