ଆସିଲା ସାଂଘାତିକ ଆରୋପ! ପୁଣି ବିବାଦରେ କମେଡି କିଙ୍ଗ କପିଲ ଶର୍ମା
ନୂଆଦିଲ୍ଲୀ : ପୁଣି ବିବାଦରେ କମେଡି କିଙ୍ଗ କପିଲ ଶର୍ମା । ତାଙ୍କ ବିରୋଧରେ ଆସିଛି ସାଂଘାତିକ ଆରୋପ । ବଡ଼ ଷ୍ଟାରକାଷ୍ଟ ନଥିବାରୁ ନିଜ ଶୋ’ରେ ଫିଲ୍ମମେକର ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ପ୍ରମୋଶନ ପାଇଁ ମନା କରିଦେଇଛନ୍ତି କପିଲ। ଜଣେ ୟୁଜର୍ସଙ୍କ ପ୍ରଶ୍ନର ଉତ୍ତରରେ ଏପରି ଖୁଲାସା କରିଛନ୍ତି ବିବେକ। ବିବେକଙ୍କ ଆଗାମୀ ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’ ଖୁବ୍ ଶୀଘ୍ର ରିଲିଜ ହେବାକୁ ଯାଉଛି । ଅନ୍ୟ ନିର୍ଦ୍ଦେଶକଙ୍କ ପରି ବିବେକ ମଧ୍ୟ ନିଜ ଫିଲ୍ମର ପ୍ରମୋଶନ କପିଲଙ୍କ ଶୋ’ରେ କରିବାକୁ ଚାହୁଁଥିଲେ। ହେଲେ ଏଥିପାଇଁ ସେ ସଫା ସଫା ମନା କରିଦେଇଛନ୍ତି । କାରଣ ଫିଲ୍ମରେ କୌଣସି ବଡ଼ ଷ୍ଟାର ନଥିବାରୁ କପିଲ ତାଙ୍କ ଫିଲ୍ମ ପ୍ରତି ଆଗ୍ରହ ପ୍ରକାଶ କରୁ ନାହାନ୍ତି ବୋଲି ବିବେକ କହିଛନ୍ତି।
ବିବେକ ନିଜ ଫିଲ୍ମର ପ୍ରମୋଶନ ପାଇଁ କପିଲଙ୍କ ଶୋ’କୁ ଯିବା ଉଚିତ ବୋଲି ଜଣେ ୟୁଜର୍ସ ଟ୍ୱିଟରରେ କହିଥିଲେ। ଏହାର ଉତ୍ତର ଦେବାକୁ ଯାଇ ବିବେକ କହିଛନ୍ତି, କପିଲ ନିଜ ଶୋ’ରେ କାହାକୁ ଆମନ୍ତ୍ରଣ କରିବେ ତାହା ତାଙ୍କ ଉପରେ ଓ ତାଙ୍କ ଟିମ୍ ଉପରେ ନିର୍ଭର କରେ। ମୁଁ ମଧ୍ୟ ତାଙ୍କର ବହୁତ ବଡ଼ ଫ୍ୟାନ୍ । ହେଲେ ଭଲ ନିର୍ଦ୍ଦେଶକ, କଳାକାର, ଲେଖକଙ୍କର ବଲିଉଡରେ କିଛି ମୂଲ୍ୟ ନାହିଁ। ଆମ ଫିଲ୍ମରେ ବଡ଼ କମର୍ସିଆଲ ଷ୍ଟାର ନ ଥିବାରୁ କପିଲ ତାଙ୍କ ଶୋ’ରେ ଆମକୁ ନିମନ୍ତ୍ରଣ କରିବାକୁ ସଫା ସଫା ମନା କରିଦେଇଥିବା କହିଥିଲେ ବିବେକ । ବିବେକଙ୍କ ଏପରି ଟ୍ୱିଟ ପରେ ୟୁଜର୍ସ କପିଲଙ୍କୁ ପ୍ରବଳ ଟ୍ରୋଲ କରିବା ଆରମ୍ଭ କରିଥିଲେ। ଏହାପରେ ତାଙ୍କ ବିରୋଧରେ ସୋଶାଲ ମିଡିଆରେ ଟ୍ରେଣ୍ଡ ଆରମ୍ଭ ହୋଇଯାଇଛି।
