୫ ରାଜ୍ୟର ନିର୍ବାଚନ ଫଳାଫଳ! ସମସ୍ତଙ୍କ ଉପରେ ଭାରି ପଡିଲା ମୋଦିଙ୍କ ମ୍ୟାଜିକ୍
VADODRA, INDIA - APRIL 09: Supporters throw flower petals as Bharatiya Janata Party (BJP) leader Narendra Modi rides in an open jeep on his way to file nomination papers on April 9, 2014 in Vadodra, India. India is in the midst of a nine-phase election from April 7-May 12. (Photo by Kevin Frayer/Getty Images)
୪ଟିରେ ବିଜୟ ସହ ସରକାର ଗଠନ ଆଡକୁ ଗତି କରୁଛି ବିଜେପି
ନୂଆଦିଲ୍ଲୀ : ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ଏକ ବଡ଼ ବିଜୟ ହାସଲ କରିଥିଲା, କିନ୍ତୁ ଠିକ ଏକ ବର୍ଷ ପରେ ଦେଶରେ କରୋନା ମହାମାରୀ ଦେଖାଦେଇଥିଲା ଏବଂ କୃଷକ ଆନ୍ଦୋଳନ ମଧ୍ୟ ଆରମ୍ଭ ହୋଇଥିଲା । ଏହା ବ୍ୟତୀତ ଦେଶରେ ମୁଦ୍ରାସ୍ଫୀତି ଏବଂ ବେକାରୀକୁ ମଧ୍ୟ ବିରୋଧୀ ଦଳ ଏକ ବଡ଼ ପ୍ରସଙ୍ଗ କରିଥିଲେ । ଗୋଟିଏ ପଟେ ପଶ୍ଚିମ ୟୁପିରେ କୃଷକଙ୍କ ଆନ୍ଦୋଳନ ଏକ ବଡ଼ ପ୍ରସଙ୍ଗ ଭାବରେ ଉଭାହେବା ବେଳେ, ଅନ୍ୟପଟେ ଉତ୍ତରାଖଣ୍ଡର ତିନିଜଣ ମୁଖ୍ୟମନ୍ତ୍ରୀ ବଦଳାଇବାର ଚର୍ଚ୍ଚାରେ ହେଉଥିଲା । କିନ୍ତୁ ଏହି ସବୁ ସମସ୍ୟାକୁ ନେଇ ବିରୋଧୀ ଲାଭ ଉଠାଇବାକୁ ଚାହିଁଥିଲେ ମଧ୍ୟ ଶେଷରେ ଆଜି ଆସିଥିବା ନିର୍ବାଚନ ଫଳାଫଳ ବିଜେପି ସପକ୍ଷରେ ଆସିଛି । ୫ ରାଜ୍ୟ ମଧ୍ୟରୁ ୪ଟିରେ ବିଜେପି ବିଜୟ ସହ ସରକାର ଗଠନ କରିବାକୁ ଆଡକୁ ଗତି କରୁଛି । ବିଶେଷକରି ଉତ୍ତରପ୍ରଦେଶର ବିଜୟ ହେଉଛି ବିଜେପି ପାଇଁ ଗୁରୁତ୍ୱପୂର୍ଣ୍ଣ, ଯେଉଁଠାରେ ଗୋଟିଏ ଦଳ ୩୫ ବର୍ଷ ପରେ ପୁନର୍ବାର କ୍ଷମତାକୁ ଫେରୁଛି ।
ଏହା ବ୍ୟତୀତ ଉତ୍ତରାଖଣ୍ଡରେ ମୁଖ୍ୟମନ୍ତ୍ରୀଙ୍କ ପରିବର୍ତ୍ତନ ହୋଇଥିଲା କିନ୍ତୁ ତାହା ବିଜେପି ବିରୁଦ୍ଧରେ ଯାଇ ନାହିଁ । ୨୦୦୦ ରେ ଉତ୍ତରାଖଣ୍ଡ ଗଠନ ହେବା ପରେ ଏହା ପ୍ରଥମ ଥର ପାଇଁ ଓ ଲଗାତାର ଦ୍ୱିତୀୟ ଥର ପାଇଁ କୌଣସି ଏକ ଦଳ କ୍ଷମତା ହାସଲ କରିଛି । ମଣିପୁରରେ ବିଜେପି ଏକକ ବୃହତ୍ତମ ଦଳ ଭାବେ ଉଭା ହୋଇଛି ଏବଂ ୬୦ ଟି ଆସନ ମଧ୍ୟରୁ ୨୫ ଟି ଜିତିବାର ଦେଖାଯାଉଛି । ଏଥିରୁ ସ୍ପଷ୍ଟ ଯେ ସେ ସରକାର ଗଠନ କରିବାର ସ୍ଥିତିରେ ଅଛନ୍ତି । ୪୦ ଟି ସିଟ୍ ବିଶିଷ୍ଟ ଗୋଆରେ ବିଜେପି ୧୯ ଟି ଆସନରେ ଆଗୁଆ ରହିଛି । ଏହାର ଅର୍ଥ ହେଉଛି ଏଥର ବିଜେପି ନିର୍ବାଚନରେ ୪-୧ ରେ ଜିତୁଛି । ଏହି ବଡ଼ ବିଜୟ ପଛରେ ମୋଦି ମ୍ୟାଜିକ୍ ମଧ୍ୟ ବିଶ୍ୱାସ କରାଯାଏ । ବିରୋଧୀ ଦଳର ନେତା ତଥା କିଛି ରାଜନୈତିକ ବିଶେଷଜ୍ଞ ବିଶ୍ୱାସ କରୁଥିଲେ ଯେ ମୋଦିଙ୍କ ଯାଦୁ ଦୁର୍ବଳ ହେଉଛି, କିନ୍ତୁ ଫଳାଫଳ ଏହିପରି ସମସ୍ତ ଦାବିକୁ ଭୁଲ ପ୍ରମାଣିତ କରିଛି । ଜାଣନ୍ତୁ ମୋଦିଙ୍କ ମ୍ୟାଜିକ୍ କେମିତି ପଡିଛି ଭାରି…
ଉତ୍ତରପ୍ରଦେଶ ସମେତ ସମସ୍ତ ରାଜ୍ୟରେ ବିଜେପି ତରଫରୁ ମାଗଣା ରାସନ ଏବଂ ଘର ଦେବା ନେଇ ଆଲୋଚନା ହୋଇଥିଲା । ପିଏମ ଆବାସ ୟୋଜନା, ରାସନ ସ୍କିମ ଏବଂ ଉଜ୍ବଳା ପରି ସମସ୍ତ ଯୋଜନାକୁ ବିଜେପି ବହୁଳ ଭାବରେ ପ୍ରଚାର କରିଥିଲା । ସିଏମ୍ ଯୋଗୀ ଆଦିତ୍ୟନାଥ ପ୍ରାୟ ପ୍ରତ୍ୟେକ ସଭାରେ କହିଥଲେ ଯେ ରାଜ୍ୟରେ ୧୫ କୋଟି ଲୋକଙ୍କୁ ମାଗଣା ରାସନ ଦିଆଯାଉଛି । କିନ୍ତୁ ଏହି ଯୋଜନା କେବଳ କେନ୍ଦ୍ର ସରକାରଙ୍କର ଅଟେ । ଏଭଳି ପରିସ୍ଥିତିରେ କେନ୍ଦ୍ର ସରକାରଙ୍କ କଲ୍ୟାଣକାରୀ ଯୋଜନା କାର୍ଯ୍ୟ କରିଛି ଏବଂ ଏହାର ପ୍ରଭାବ ଦୃଶ୍ୟମାନ ହେଉଛି ବୋଲି ବିଶ୍ୱାସ କରାଯାଏ ।
ଉତ୍ତରାଖଣ୍ଡରେ ୨୦୧୭ରେ ବିଜୟ ପରେ ବିଜେପି ଆରଏସଏସର ପ୍ରଚାରକ ତ୍ରିବେନ୍ଦ୍ର ସିଂ ରାୱତଙ୍କୁ ସିଏମ କରିଥିଲା । କିନ୍ତୁ ଯେତେବେଳେ ଯେତେବେଳେ ପରିସ୍ଥିତି କିଛି ବଦଳିଥିଲା, ସେତବେଳେ ତିରଥ ସିଂ ରାୱତଙ୍କୁ ତ୍ରିବେନ୍ଦ୍ର ସିଂଙ୍କ ସ୍ଥାନରେ ସିଏମ୍ କରାଯାଇଥିଲା ଏବଂ ଗତ କିଛି ମାସ ପୂର୍ବେ ତାଙ୍କୁ ମଧ୍ୟ ହଟାଇ ଦିଆଯାଇଥିଲା ଏବଂ ପୁଷ୍କର ସିଂ ଧାମିଙ୍କୁ ନେତୃତ୍ୱ ଦିଆଯାଇଥିଲା । ଏପରି ଅସ୍ଥିରତା ବିଜେପିକୁ କ୍ଷତି ପହଞ୍ଚାଇପାରେ ବୋଲି ବିଶ୍ୱାସ କରାଯାଉଥିଲା, କିନ୍ତୁ ଯଦି ଫଳାଫଳକୁ ଦେଖାଯାଏ ତେବେ ଏହା ବିଜେପି ସପକ୍ଷରେ ଯାଇଛି । ଏହା ହେଉଛି ମୋଦିଙ୍କ ମ୍ୟାଜିକ୍, ଯାହା ପାଇଁ ସମସ୍ତ ଅସ୍ଥିରତା ସତ୍ତ୍ୱେ ଦଳ ଏକ ବଡ଼ ବିଜୟ ହାସଲ କରିଛି । ଏହି ବିଜୟ ଏତେ ବଡ ରହିଛି ଯେ କଂଗ୍ରେସ ପୂର୍ବ ସିଏମ ହରିଶ ରାୱତ ନିଜେ ଲାଲକୁଆଁ ଆସନରୁ ହାରି ଯାଇଛନ୍ତି ।
