ପିରିୟଡ ସମୟରେ ପେଟ ଯନ୍ତ୍ରଣାରୁ ଆରାମ ଦେବ ଡାଲଚିନ୍, ଜାଣନ୍ତୁ କେମିତି କରିବେ ବ୍ୟବହାର ?
ଡାଲଚିନକୁ ଅଧିକାଂଶ ଲୋକେ ଶୁଖିଲା ମସଲା ବା ଗୁଣ୍ତ ମସଲା ଭାବରେ ବ୍ୟବହାର କରିଥାନ୍ତି । ଡାଲଚିନ୍ ବ୍ୟବହାର ଶରୀର ପାଇଁ ବେଶ ଲାଭକାରୀ ସାବ୍ୟସ୍ତ ହୋଇଛି । ଅଧିକାଂଶ ଲୋକେ, ଖାଦ୍ୟରେ ସ୍ବାଦ ବଢାଇବା ଏହାକୁ ବ୍ୟବହାର କରିଥାନ୍ତି । ଡାଲଚିନରେ ଆଣ୍ଟିଅକ୍ସିଡାଣ୍ଟ ,ଜିଙ୍କ, ଭିଟାମିନ୍, ମ୍ୟାଗ୍ନେସିୟମ୍, କାର୍ବୋହାଇଡ୍ରେଟ୍, ପ୍ରୋଟିନ୍, ଆଇରନ୍ ଏବଂ ଫସଫରସ୍ ଭରପୁର ମାତ୍ରାରେ ରହିଛି । ଡାଲଚିନ୍ ମହିଳାଙ୍କ ପିରିୟଡ ସମୟରେ ହେଉଥିବା ପେଟ ଜନିତ ଯନ୍ତ୍ରଣାକୁ କମ୍ କରିବାରେ ସହାୟକ ହୋଇଥାଏ। ଏକ ଅନୁସନ୍ଧାନରୁ ଜଣାପଡିଛି ଯେ, ଏହା ରକ୍ତରେ ଶର୍କରା ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ଏବଂ ଏହା ହୃଦରୋଗୀଙ୍କ ପାଇଁ ରାମବାଣ ପରି କାର୍ଯ୍ୟ କରେ ।
ମହିଳାମାନଙ୍କ ପାଇଁ ଡାଲଚିନ୍ ର ସ୍ୱାସ୍ଥ୍ୟ ଉପକାରିତା :
ପିରିୟଡ ସମୟର ମହିଳା ମାନଙ୍କର ହେଉଥିବା ବିଭିନ୍ନ ସମସ୍ୟା ଦୂର କରିଥାଏ ଡାଲଚିନ୍ । ବିଶେଷ କରି ପିରିୟଡ ସମୟରେ ହେଉଥିବା ପେଟ ଯନ୍ତ୍ରଣା, ଶରୀରର ପ୍ରତ୍ୟକ ଅଙ୍ଗ ଫୁଲିବା, ମୁଣ୍ତ ବିନ୍ଧିବା , ଚିଡ୍ ଚିଡ୍ ହେବା ଓ ଭୋକ ନ ଲାଗିବା ସମସ୍ୟାକୁ ମଧ୍ୟ ଡାଲଚିନ୍ ବ୍ୟବହାରରେ କମ କରାଯାଇପାରିବ । କାହିଁକିନା, ଡାଲଚିନରେ ଇଉଜେନଲ୍ ଥାଏ, ଯାହା ହରମୋନ୍ ସନ୍ତୁଳନ କରିବାରେ ସାହାଯ୍ୟ କରିଥାଏ । ଯାହାକି ଏହି ସମୟରେ ସୃଷ୍ଟି ହେଉଥିବା ସମସ୍ୟାକୁ ଦୂର କରିଥାଏ ।
ଡାଲଚିନକୁ କିପରି ବ୍ୟବହାର କରିବେ ?
ପିରିୟଡ ସମୟରେ ସାଧାରଣତଃ ଶରୀରରେ ଜଳୀୟ ଅଂଶର କମ୍ ହୋଇଥାଏ । ଫଳରେ ଏହି ସମୟରେ ମହିଳା ବା ଯୁବତୀମାନେ ଅତ୍ୟଧିକ ଯନ୍ତ୍ରଣା ଅନୁଭବ କରନ୍ତି । ତଳ ପେଟରେ ଯନ୍ତ୍ରଣା ବ୍ୟତୀତ ବାନ୍ତି, ମୁଣ୍ଡ ବୁଲାଇବା ଏବଂ ଦୁର୍ବଳତା ମଧ୍ୟ ଦେଖାଯାଇଥାଏ । ଏଭଳି ପରିସ୍ଥିତିରେ ଡାଲଚିନ ପାଣି ପିଇବା ଆବଶ୍ୟକ । ଯାହା ଏହି ଯନ୍ତ୍ରଣାକୁ କମାଇବାରେ ବେଶ ସହାୟକ ହୋଇଥାଏ ।
ପିରିୟଡ ସମୟରେ ଆପଣ ଗରମ କ୍ଷୀରରେ ଡାଲଚିନର ଗୁଣ୍ତ ମିଶାଇ ପିଇ ପାରିବେ । ଯାହା ଆପଣଙ୍କୁ ଉପଷମ ଦେବ । କେବେଳ ସେତିତି ନୁହେଁ, ଡାଲଚିନ୍ ଗୁଣ୍ତକୁ ଆପଣ ଚା’ରେ ମିଶାଇ ପିଇ ପାରିବେ। ପେଟ ଜନିତ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଡାଲଚିନ ତେଲକୁ ମଧ୍ୟ ଆପଣ ନିଜ ପେଟରେ ମାଲିସ କରିପାରିବେ। ଏହା ଶରୀର ଫୁଲା ଏବଂ ଯନ୍ତ୍ରଣାରୁ ମଧ୍ୟ ଆରାମ ଦେଇଥାଏ ।
ଅତ୍ୟଧିକ ଖାଇବା ଦ୍ବାରା ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ଦେଖାଦେଇପାରେ :
ଏକ ଅନୁସନ୍ଧାନରୁ ଜଣାପଡିଛି ଯେ ଅଧିକ ଡାଲଚିନ୍ ଅଧିକ ଖାଇବା ଆପଣଙ୍କ ଯକୃତ ପାଇଁ କ୍ଷତିକାରକ ହୋଇପାରେ । ଅତ୍ୟଧିକ ବ୍ୟବହାର କର୍କଟ ରୋଗର ଆଶଙ୍କା ମଧ୍ୟ ବଢାଇପାରେ । ତେଣୁ, ଏହାକୁ ଖାଇବା ସମୟରେ ବହୁତ ସତର୍କ ରୁହନ୍ତୁ ।
