ଚିତ୍ରା ହରିଣ ମୃତଦେହ ଉଦ୍ଧାର
କୋଣାର୍କ : ପୁରୀ ଜିଲା ଗୋପ କୋଣାର୍କ ରାସ୍ତା ଗୋପ ବ୍ଲକ ନିକଟରେ ଏକ ଚିତ୍ରା ହରିଣ ମୃତଦେହ ପଡିଥିବା ଦେଖିବାକୁ ମିଳିଛି । ବନ ବିଭାଗ ମୃତଦେହକୁ ଉଦ୍ଧାର କରିଛି l
ସୂଚନା ଯେ, ରବିବାର ସକାଳୁ ଏକ ଅଜଣା ଗାଡି ଧକାରେ ଗୋପ ବ୍ଲକ ନିକଟରେ ଏକ ଚିତ୍ରା ହରିଣର ମୃତ୍ୟୁ ଘଟିଛି l ଖବର ପାଇ ଗୋପ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତ ହରିଣଟିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କୁସୁପୁର ପଶୁ ଚିକିତ୍ସାଳୟକୁ ପଠାଇଥିଲା । ବ୍ୟବଚ୍ଛେଦ ପରେ ମୃତ ହରିଣଟିକୁ ପୋତା ଯିବ ବୋଲି ବନବିଭାଗ ଅଧିକାରୀ ସୂଚନା ଦେଇଛନ୍ତି l
