ଉତ୍ତର ପ୍ରଦେଶର ବନ୍ୟାଞ୍ଚଳକୁ ଡଙ୍ଗାରେ ବସି ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ
ବାରାଣସୀ : ଉତ୍ତର ପ୍ରଦେଶରେ ବନ୍ୟାର ପ୍ରକୋପ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଡଙ୍ଗାରେ ବସି ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଛନ୍ତି । ପରେ ଏନେଇ ଅଧିକାରୀଙ୍କୁ କାମ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ବନ୍ୟାର ପ୍ରଭାବ ବଢ଼ୁଥିବାରୁ ସ୍ଥିତିକୁ ନଜରରେ ରଖି ମୁଖ୍ୟମନ୍ତ୍ରୀ ଯୋଗୀ ଏରିୟଲ ମଧ୍ୟ ସର୍ଭେ କରିଛନ୍ତି ।
ବାରାଣସୀରେ ବନ୍ୟା ଯୋଗୁଁ ବିପର୍ଯ୍ୟୟ ସ୍ଥିତି ଦେଖା ଦେଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଦିନିକିଆ ଗସ୍ତରେ ବାରାଣସୀ ଗସ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ଗଙ୍ଗା ଓ ବରୁଣ ନଦୀରେ ଆସିଥିବା ବନ୍ୟାଜଳ ଉପରେ ଅବଗତ ହୋଇଥିଲେ । ପ୍ରଭାବିତ ଅଂଚଳରେ ମୁଖ୍ୟମନ୍ତ୍ରୀ ଏନଡିଆରଏଫର ଡଙ୍ଗାରେ ଯାତ୍ରା କରିଥିଲେ । ସେଠାରେ ସେ ବନ୍ୟା ପ୍ରଭାବିତ ଲୋକଙ୍କ ସହିତ କଥା ହୋଇଥିଲେ । ବନ୍ୟା ସମୟରେ କରୋନା ସଂକ୍ରମଣ ଯେଭଳି ନବ୍ୟାପିବ, ସେଥିପାଇଁ ସତର୍କ ରହିବାକୁ ପରାମର୍ଶ ଦେଇଥିଲେ । ସେ ଅଧିକାରୀମାନଙ୍କୁ ସ୍ଥିତି ନିୟନ୍ତ୍ରଣକୁ ଆସିବା ପର୍ଯ୍ୟନ୍ତ ନଜର ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ।
