ତଦନ୍ତରେ ଉର୍କଷତା ପାଇଁ ୧୫୨ ପୋଲିସ ପାଇବେ ମେଡାଲ
ନୂଆଦିଲ୍ଲୀ : ତଦନ୍ତରେ ଉର୍କଷତା ପାଇଁ ଦେଶର ୧୫୨ ଜଣ ପୋଲିସ କର୍ମଚାରୀଙ୍କୁ ମିଳିବ ପଦକ । ଏହା ମଧ୍ୟରେ ଓଡିଶାରୁ ୪ ଜଣ ପୋଲିସ୍ ଅଧିକାରୀ ରହିଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରୀ ହୋଇଛି ।
ଏହି ପୁରସ୍କାର ଗ୍ରହଣ କରୁଥିବା କର୍ମଚାରୀଙ୍କ ମଧ୍ୟରେ ଓଡ଼ିଶାରୁ ୪ଜଣ ରହିଥିବା ବେଳେ ସେମାନେ ହେଲେ ଇନ୍ସପେକ୍ଟର ଦେବେନ୍ଦ୍ର କୁମାର ମଲ୍ଲିକ, ଇନ୍ସପେକ୍ଟର ଦେବେନ୍ଦ୍ର କୁମାର ବିଶ୍ୱାଳ, ସବ- ଇନ୍ସପେକ୍ଟର ତୃପ୍ତି ରଞ୍ଜନ ନାୟକ ଏବଂ ସବ- ଇନ୍ସପେକ୍ଟର ଶ୍ରୀକାନ୍ତ ସାହୁ । ଏହି ୪ଜଣଙ୍କ ବ୍ୟତୀତ ୧୫ଜଣ ସିବିଆଇରୁ, ୧୧ଜଣ ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ର ପୋଲିସରୁ, ୧୦ଜଣ ଉତରପ୍ରଦେଶରୁ, ୯ ଜଣ କେରଳ ଏବଂ ରାଜସ୍ଥାନରୁ, ୮ ଜଣ ତାମିଲନାଡୁରୁ, ୭ଜଣ ବିହାରରୁ ଓ ଗୁଜୁରାଟ, କର୍ଣ୍ଣାଟକ ଏବଂ ଦିଲ୍ଲୀ ପୋଲିସରୁ ୬ଜଣ ଲେଖାଏଁ କର୍ମଚାରୀ ରହିଛନ୍ତି । ଏଥିମଧ୍ୟରେ ୨୮ ମହିଳା ପୋଲିସ ଅଧିକାରୀ ରହିଥିବା ଜଣାପଡ଼ିଛି । ଅପରାଧର ଅନୁସନ୍ଧାନରେ ଉଚ୍ଚ ବୃତିଗତମାନକୁ ପ୍ରୋତ୍ସାହିତ କରିବା ଏବଂ ଅନୁସନ୍ଧାନକାରୀଙ୍କ ଦ୍ୱାରା ତଦନ୍ତରେ ଏହିପରି ଉତ୍କର୍ଷତାକୁ ସ୍ୱୀକୃତି ଦେବା ଉଦ୍ଦେଶ୍ୟରେ ଏହି ପଦକ ୨୦୧୮ରେ ଦିଆଯିବା ଆରମ୍ଭ କରାଯାଇଥିଲା ।
