ମୁଖ୍ୟମନ୍ତ୍ରୀ ନୀତିଶ ବିହାରସରିଫ-ସାସାରାମ ହିଂସା ଉପରେ କଲେ ଉଚ୍ଚସ୍ତରୀୟ ବୈଠକ
ପାଟଣା : ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିଜ ସରକାରୀ ଘରେ ରବିବାର ଦିନ ବିହାରଶରୀଫ ଏବଂ ସାସାରାମରେ ରାମନବମୀ ଉତ୍ସବ ସମୟରେ ହୋଇଥିବା ହିଂସାକୁ ନେଇ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ମୁଖ୍ୟମନ୍ତ୍ରୀ ପୋଲିସ୍ ଏବଂ ପ୍ରଶାସନକୁ ପୂର୍ଣ୍ଣ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ମୁଖ୍ୟ ସଚିବ ଅମିର ସୁବହାନୀ ଏବଂ ପୋଲିସ୍ ମହାନିର୍ଦ୍ଦେଶକ ଆର୍ଏସ୍ ଭଟ୍ଟୀ ବିହାରଶରୀଫ ଏବଂ ସାସାରାମରେ ରାମନବମୀ ଉତ୍ସବ ସମୟରେ ହୋଇଥିବା ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ବିସ୍ତୃତ ସୂଚନା ଦେଇଛନ୍ତି । ବୈଠକ ସମୟରେ ମୁଖ୍ୟମନ୍ତ୍ରୀ ପୋଲିସ୍ ଏବଂ ପ୍ରଶାସନକୁ ପୂର୍ଣ୍ଣ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସମସ୍ତ ଘଟଣା ଉପରେ ଲଗାତାର ଦୃଷ୍ଟି ରଖନ୍ତୁ । ଉପଦ୍ରବିଙ୍କ ପରିଚୟ ଜାଣି ସେମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ କରନ୍ତୁ । ଏହା ଉପରେ ଦୃଷ୍ଟି ରଖନ୍ତୁ ଯେ କୌଣସି ପରିସ୍ଥିତିରେ କୌଣସି ଗଡ଼ବଡ଼ କରିନପାରନ୍ତୁ । ମିଛକଥା ବିସ୍ତାର କରୁଥିବାମାନଙ୍କ ଉପରେ ମଧ୍ୟ ଦୃଷ୍ଟି ରଖନ୍ତୁ ।
