ଶୃତି ସୁଲଗ୍ନାକୁ ଟ୍ରଫି ସହ ପୁରସ୍କୃତ କଲେ ମୁଖ୍ୟମନ୍ତ୍ରୀ
ନୟାଗଡ: ସଙ୍ଗୀତର ଯାଦୁରେ ସମସ୍ତଙ୍କୁ ବାନ୍ଧି ରଖିଥିବା ଏବଂ ବିଭିନ୍ନ ସ୍ଥାନରେ ସମ୍ମାନିତ ହେଉଥିବା କୁରେସ ସାହୁଙ୍କ ଜ୍ୟେଷ୍ଠ କନ୍ୟା ତଥା ନୟାଗଡ଼ ଜିଲ୍ଲା ଦଶପଲ୍ଲା ମାଟିର ୧୦ ବର୍ଷର ଝିଅ ସୃତି ସୁଲଗ୍ନା ପୁଣି ଥରେ ଦଶପଲ୍ଲା ମାଟିକୁ ଗୌରବାନ୍ୱିତ କରିଛନ୍ତି । ଏକକ ସଙ୍ଗୀତରେ ଶୃତି ସୁଲଗ୍ନା ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସମ୍ମାନୀତ କରିବା ସହ ଟ୍ରଫି ପ୍ରଦାନ କରିଛନ୍ତି ।
ଯାହାକି ସମଗ୍ର ଦଶପଲ୍ଲାରେ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ଶୃତିଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ଏନେଇ ଶୃତି ବେଶ୍ ଖୁସି ବ୍ୟକ୍ତ କରିଛନ୍ତି ।
