ଶନି ଦେବଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ବ୍ଲକ ସୟା ପଞ୍ଚାୟତ ଅଧୀନ ବାଉଁଶବାଗ ଗ୍ରାମରେ ଶନି ଦେବଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ବିଗ୍ରହ ପ୍ରତିଷ୍ଠାରେ ଶୁଭେନ୍ଦୁ ମଲିକ ଓ ତାଙ୍କ ପତ୍ନୀ ଗୀତାଂଜଳି ଦାସ କର୍ତ୍ତାଭାବେ ପ୍ରତିଷ୍ଠା କାର୍ଯ୍ୟ ସମ୍ପନ୍ନ କରିଥିଲେ । ଚଳିତ ମାସ ୨୮ ରୁ ୩୦ ତାରିଖ ପର୍ଯ୍ୟନ୍ତ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଥିଲା । ପ୍ରଥମ ଦିବସରେ ଅଧିବାସ, ଘଟସ୍ଥାପନ କାର୍ଯ୍ୟ ପରେ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଥିଲା । ପରେ ୩୦ ତାରିଖରେ ପୂର୍ଣ୍ଣାହୂତି ହୋଇଥିଲା । ପୁରୋହିତ ଭାବରେ କ୍ଷୀରସିନ୍ଧୁ ପାଢ଼ୀ, କୃପାସିନ୍ଧୁ ପାଢ଼ୀ, ସନ୍ତୋଷ ପାଢ଼ୀ ପ୍ରମୁଖ ପୂଜା କାର୍ଯ୍ୟ ସମ୍ପନ୍ନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶୁକଦେବ ପାତ୍ର, ଶ୍ୟାମସୁନ୍ଦର ବେହୁରିଆ, ଭରତ ମହାଳିକ, ସୁକାନ୍ତ ମହାନ୍ତି, ଜଗନ୍ନାଥ ମହାନ୍ତି, ଲକ୍ଷ୍ମୀଧର ସାହୁ, ଗଣେଶ ପ୍ରସାଦ ସାହୁ, ରମେଶ ମହାଳିକ, ଡମ୍ବରୁଧର ମହାଳିକ, ମକରଧ୍ୱଜ ମହାଳିକଙ୍କ ସମେତ ସମସ୍ତ ଗ୍ରାବାସୀମାନେ ସହଯୋଗ କରିଥିଲେ ।
