ଭଏସ୍ ଫର୍ ଭଏସଲେସ୍ ତରଫରୁ ଶହିଦ୍ ଦିବସ ପାଳନ
କଟକ : ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଭଏସ୍ ଫର୍ ଭଏସ୍ଲେସ୍ ଓ ସମ୍ଭାବନା ଅନୁଷ୍ଟାନ ତରଫରୁ ଶହିଦ୍ ଦିବସ ପାଳନ କଟକ, କଲେଜ ଛକ ଠାରେ ଡ. ଦ୍ୱିପାୟନ ପଟ୍ଟନାୟକଙ୍କ ସଭାପତିତ୍ୱରେ ହୋଇଯାଇଛି । ଏହି ସଭାରେ ମୁଖ୍ୟ ଅତିଥି ରୁପେ ବରିଷ୍ଟ ଅଇନଜୀବି ତାରାନନ୍ଦ ପଟ୍ଟନାୟକ ଯୋଗଦାନକରି ବର୍ତ୍ତମାନ ଯୁଗରେ ଗାନ୍ଧୀବାଦର ପ୍ରାସଙ୍ଗିକତା ବିଷୟରେ ଆଲୋକପାତ କରିଥିଲେ । ସମ୍ମାନନୀୟ ଅତିଥି ରୂପେ ଡକ୍ଟର ଓଁମକାର ରାଉତ, ଡ. ବିଭୁଦତ୍ତ ଖଣ୍ଡାୟତରାୟ ଓ ଶ୍ରୀଯୁକ୍ତ ରାକେସ ଶତପଥି ଯୋଗଦାନ କରିଥିଲେ । ଏହି ସଭାରେ ପୁଷ୍ପା ଓଝା, ଜୀ ବୈଷ୍ଣବୀ ସେଠୀ, ଲିପ୍ସାରାଣୀ ବେହେରା, ତନୁଶ୍ରୀ ବାରିକ, ଅନିଲ କୁମାର ଦାସ, ବିକ୍ରମ ବାରିକ, ଡଲି ଦାସ, ପୂଜା ବେହେରା, ସୁବିତା ୟାଦବ. ସୁରଜ ବେହେରୋ, ରୋଶନ କୁମାର ପ୍ରଧାନ, ସୁନିଲ ପଟ୍ଟନାୟକ, ଧବଳେଶ୍ୱର ବିଷେଇ, ଦନେଇ ସାହାଣୀ, ରଶ୍ମୀତା ଦାସ, ଦିପ୍ତି ବେହେରା, ସୋରୁପ ଦଳାଇ ଯୋଗଦାନ କରିଥିଲେ । ଶେଷରେ ରାମେଶ୍ୱରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
