ଆୟୁର୍ବେଦ ଦିବସ ପାଳନ
ପୁରୀ : ସପ୍ତମ ଆୟୁର୍ବେଦ ଦିବସ ପାଳନ ଅବସରରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ଆନୁକୂଲ୍ୟରେ ସ୍ନାନତକତୋର ସଲ୍ୟତନ୍ତ୍ର ବିଭାଗ ଦ୍ୱାର ବାଲିନୋଳିଆ ସାହିରେ ମାଗଣା ବଳଦ୍ୱାର ରୋଗ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହାଇଯାଇଛି । ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ଼ାକ୍ତର ସୁଦର୍ଶନ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ୱାସ୍ଥ୍ୟ ଶିବିରକୁ ଉଦଘାଟନ କରିଥିଲେ । ସଲ୍ୟତନ୍ତ୍ର ବିଭାଗର ପ୍ରଫେସର ,ଆସୋସିଏଟ ପ୍ରଫେସର ଓ ଆସିଷ୍ଟାଂଟ ପ୍ରଫେସର ମାନଙ୍କ ଦ୍ୱାରା ଶତାଧିକ ରୋଗୀଙ୍କୁ ପରୀକ୍ଷା ଓ ଚିକିତ୍ସା କରାଯାଇଥିଲା । ମଳଦ୍ୱାର ରୋଗ ସମ୍ପର୍କରେ ସଚେତନ କରାଯାଇଥିଲା । ପ୍ରଫେସର ଡ଼ାକ୍ତର ରଞ୍ଜନ କୁମାର କାସ୍ତ ,ଡ଼ାକ୍ତର ଶିବପ୍ରସାଦ ମିଶ୍ର,ଡ଼ା. ତପନ କୁମାର ନାୟକ, ଡ଼ା. ସଧ୍ୟ୍ୟାରାଣୀ ବେହେରା, ପିଜି ଡ଼ାକ୍ତର ,ହାସସର୍ଜନ ଡ଼ାକ୍ତର ପ୍ରମୁଖ ଶିବିରକୁ ପରିଚାଳନା କରିଥିଲେ ।
