ଜିଲ୍ଲାପାଳ କାର୍ଯ୍ୟାଳୟ କର୍ମଚାରୀମାନଙ୍କ ପାଇଁ ଡ଼୍ରେସକୋଡ୍ ଲାଗୁ କରାଯାଉ
ପୁରୀ : ପୁରୀ ଜିଲ୍ଲାପାଳଙ୍କ ଅଧିୀନରେ ଶହ ଶହ କର୍ମଚାରୀ କାର୍ଯ୍ୟ କରୁଛନ୍ତି । ଅନେକ କର୍ମଚାରୀ ବିଳମ୍ବରେ ଆସୁଥିଲେ ମଧ୍ୟ ସେମାନଙ୍କୁ କେହି ତାଗିଦ୍ କରୁନାହାନ୍ତି । ଏଡ଼ିଏମ କାର୍ଯ୍ୟାଳୟ, ରେକର୍ଡ଼ ରୁମ୍, ଏଷ୍ଟାବିଲିସ୍ମେଂଟ, ଯୋଜନା ବିଭାଗ, ଶିଶୁ ସୁରକ୍ଷା ବିଭାଗ, ଏମରଜେନ୍ସି ବିଭାଗ, ସମାଜ କଲ୍ୟାଣ ବିଭାଗ, ସାମାଜିକ ସୁରକ୍ଷା ବିଭାଗ,ସବରେଜିଷ୍ଟ,ଉପଜିଲ୍ଲାପାଳ, ଡ଼ିଆରଡ଼ିଏ ଓ ତହସିଲ ଆଦି କର୍ମଚାରୀମାନଙ୍କ ଡ଼୍ରେସକୋଡ଼୍ ନଥିବାରୁ ସାଧାରଣଜନତା କର୍ମଚାରୀମାନଙ୍କୁ ଚିହ୍ନି ପାରୁନାହାନ୍ତି । କାର୍ଯ୍ୟାଳୟକୁ ପ୍ରବେଶ ଓ ପ୍ରସ୍ଥାନ ସମୟରେ ମେସିନ୍ରେ ଟିପଚିହ୍ନ ଦେଇ ଯାଆଆସ କରିବା ପାଇଁ ବୁଦ୍ଧିଜୀବୀମାନେ ଦାବି କରୁଛନ୍ତି । ଯେପରି ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ଡ଼୍ରେସକୋଡ଼ ଯୋଗୁଁ ଚିହ୍ନିପାରି ବିଳମ୍ବରେ ଗଲେ ସାଧାରଣ ଲୋକ ତାଗିଦ୍ କରୁଛନ୍ତି ସେହିପରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀମାନେ ବିଳମ୍ବରେ ଆସିଲେ ଲୋକେ ସେମାନଙ୍କୁ ସତର୍କ କରାଇବେ । ଏହାସହ ଡ଼୍ରେସକୋଡ଼ ବ୍ୟବହାର କଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀ ବୋଲି ସାଧାରଣ ଲୋକ ଚିହ୍ନି ପାରିବେ । ଏ ସମ୍ପର୍କରେ ଯୁବ ସୁଲଭ ଗୁଣ ସମ୍ପନ୍ନ ଜିଲ୍ଲାପାଳ ଦୃଷ୍ଟିଦେବା ପାଇଁ ଦାବି ହେଉଛି ।
