ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର, ଦୁର୍ଘଟଣାରେ ୩ ଗୁରୁତର
ବାରିପଦା : ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର । ଦୁର୍ଘଟଣାରେ ୩ଜଣ ଗୁରୁତର ହୋଇଛନ୍ତି । ମୟୁରଭଞ୍ଜ ଜିଲା ୧୮ ନମ୍ବର ଜାତୀୟ ରାଜପଥ ଗଡ଼ଗଡ଼ିଆ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତର ତିନି ଜଣଙ୍କ ମଧ୍ୟରେ ୨ଜଣ ମୟୂରଭଞ୍ଜ ଜିଲ୍ଲାର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଥିବା ବେଳେ ଆଉ ଜଣେ ଡିପିସି କର୍ମଚାରୀ ରହିଛନ୍ତି ।
ସୂଚନା ଯେ, ତିନିଜଣ ବ୍ୟକ୍ତି ଏକ କାର୍ରେ ବାଲେଶ୍ୱରରୁ ବାରିପଦା ଅଭିମୁଖେ ଯାଉଥିଲା। ଠିକ୍ ଏହି ସମୟରେ ୧୮ନମ୍ବର ଜାତୀୟ ରାଜପଥର ଗଡ଼ଗଡ଼ିଆ ଛକ ନିକଟରେ ଏକ ଟ୍ରଲରୁ ପଛ ପଟୁ ଧକ୍କା ଦେଇଥିଲା । ଏହା ପରେ କାର୍ଟି ଭାରସାମ୍ୟ ହରାଇ ରାସ୍ତା କଡ଼ ଗଛକୁ ମଧ୍ୟ ପିଟିଥିଲା । ଯାହାଫଳରେ ଗାଡ଼ିରେ ଥିବା ୩ଜଣ ଗୁରୁତର ହୋଇଥିଲେ। ପ୍ରଥମେ ସେମାନଙ୍କୁ ଉଦ୍ଧାର କରି ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା | ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ ବାରିପଦା ମୁଖ୍ୟ ଚିକିତ୍ସାଳୟକୁ ସ୍ତାନାନ୍ତରିତ କରାଯାଇଛି। ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରି ତଦନ୍ତ ଜାରି ରଖିଛି।
