ଟ୍ରକକୁ ପିଟିଲା କାର୍ : ୪ ମୃତ
ଖୋର୍ଦ୍ଧା : ୧୬ ନମ୍ବର ଜାତୀୟ ରାଜପଥର ଜଙ୍କିଆ ଥାନା ଅନ୍ତର୍ଗତ ବଡ଼ପୋଖରୀଆ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ସୁନେଇ ରୂପେଇ ପାହାଡ଼ ନିକଟରେ ଛିଡ଼ା ହୋଇଥିବା ଏକ ଟ୍ରକକୁ ବିଶାଖାପାଟଣାରୁ ପୁରୀ ଅଭିମୁଖେ ଆସୁଥିବା ଏକ କାର୍ ଧକ୍କା ଦେଇଛି । ଫଳରେ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ଘଟିଛି । କାର୍ ମଧ୍ୟରେ ଥିବା ୨ ଜଣ ପୁରୁଷ ଓ ୨ଜଣ ମହିଳାଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ, ଗୁରୁବାର ଭୋର୍ ସମୟରେ ଏହି ଦୁର୍ଘଟଣା ଘଟିଛି । ମୃତ ବ୍ୟକ୍ତିଙ୍କ ଘର ଓ ପରିଚୟ ଜଣାପଡ଼ିନାହିଁ । ଘଟଣାସ୍ଥଳରେ ଜଙ୍କିଆ ପୋଲିସ ପହଂଚି ତଦନ୍ତ ଚଳାଇଛି । ପୋଲିସ ମୃତକମାନଙ୍କ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ମେଡିକାଲକୁ ପଠାଇଛି । ଅନ୍ୟପକ୍ଷରେ ଦୁର୍ଘଟଣାଗସ୍ତ କାର୍ ଓ ଟ୍ରକକୁ ଜବତ କରି ଘଟଣାର ତଦନ୍ତ କରୁଛି ।
