ପୁରୁଷୋତ୍ତମ ଏକ୍ସପ୍ରେସରୁ ଗଞ୍ଜେଇ ଜବତ, ମହିଳା ଗିରଫ
ଭଦ୍ରକ : ପୁରୁଷୋତ୍ତମ ଏକ୍ସପ୍ରେସରେ ବ୍ରହ୍ମପୁରରୁ ଦିଲ୍ଲୀ ଯାଉଥିଲା ଗଞ୍ଜେଇ । ଅପରେସନ ‘ସତର୍କ’ରେ ମହିଳା ଯାତ୍ରୀଙ୍କ ସହ ୪୩ କିଲୋରୁ ଅଧିକ ଗଞ୍ଜେଇ ଜବତ ହୋଇଛି । ଭଦ୍ରକ ଷ୍ଟେସନରେ ଏହି ଗଞ୍ଜେଇକୁ ଜବତ କରିଛି ଭଦ୍ରକ ଆରପିଏଫ ।
ଆରପିଏଫ ତରଫରୁ ଚୋରା ଚାଲାଣ ରୋକିବା ପାଇଁ ଅପରେସନ ‘ସତର୍କ’ ଆରମ୍ଭ କରିଛି । ତେବେ ଏହି ଅପରେସନ ବେଳେ ଜନୈକ ମହିଳା ବ୍ରହ୍ମପୁରରୁ ୪ ଗୋଟି ବ୍ୟାଗରେ ଗଞ୍ଜେଇ ଆଣି ପୁରୁଷୋତ୍ତମ ଏକ୍ସପ୍ରେସରେ ଦିଲ୍ଲୀ ଅଭିମୁଖେ ଯାଉଥିଲେ । ଆରପିଏଫର ସନ୍ଦେହ ହେବାରୁ ବ୍ୟାଗ ଯାଞ୍ଚ କରିଥିଲେ ଓ ବ୍ୟାଗରେ ୪୩ କିଲୋରୁ ଅଧିକ ଗଞ୍ଜେଇ ଜବତ ହୋଇଛି । ମହିଳା ଯାତ୍ରୀଙ୍କୁ ମଧ୍ୟ ଗିରଫ କରାଯାଇଛି । ତେବେ ମହିଳାଙ୍କ ଗଞ୍ଜେଇ ଲିଙ୍କ ନେଇ ଆରପିଏଫ ଯାଞ୍ଚ ଆରମ୍ଭ କରିଥିବା ଆସିଷ୍ଟାଣ୍ଟ କମିଶନର କହିଛନ୍ତି ।
