ଯାତ୍ରୀବାହୀ ବସରୁ ଗଞ୍ଜେଇ ଜବତ୍
କନ୍ଧମାଳ : ଖଜୁରୀପଡା ପୋଲିସ ଆଜି ଫୁଲବାଣୀରୁ ଭୂବନେଶ୍ୱର ଯାଉଥିବା ମଧୁସ୍ମିତା ନାମକ ଯାତ୍ରୀବାହୀ ବସକୁ ଥାନା ସମ୍ବୁଖରେ ଅଟକାଇ ତନଖି କରିବା ସହ କିଛି ମହିଳା ଏବଂ ପୁରୁଷ ମାନଙ୍କ ପାଖରୁ ଗଞ୍ଜେଇ ଜବତ୍ କରିବା ସହ ପ୍ରାୟ ୮ ଜଣକୁ ଥାନାରେ ଅଟକ ରଖି ତଦନ୍ତ କରୁଥିବା ଜଣାପଡିଛି । ସେହିଭଳି ବସର କର୍ମଚାରୀମାନଙ୍କୁ ମଧ୍ଯ ପୋଲିସ ପଚରାଉଚରା କରୁଥିବା ବେଳେ ସମସ୍ତଙ୍କ ଏକାଧିକ ବ୍ଯାଗରୁ ଅନୁମାନିକ ୫୦ କେଜି ପାଖାପାଖି ଗଂଜେଇ ଜବତ୍ ହୋଇଥିବା ଅନୁମାନ କରାଯାଇଛି ।ତଦନ୍ତ ପ୍ରକ୍ରିୟା ଚାଲିଥିବା କାରଣରୁ ପୋଲିସ ତରଫରୁ କୈଣସି ସ୍ପଷ୍ଟ ସୁଚନା ମିଳିନଥିବା ବେଳେ ତଦନ୍ତ ଶେଷପରେ ଅଭିଯୁକ୍ତ ମାନଙ୍କୁ ଚିହ୍ନଟ କରି ମାମଲା ରୁଜୁସହ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ଗେଲ୍ଲୀ କୁମାରୀ ସାହୁ କହିଥିବା ବେଳେ ଫୁଲବାଣୀ ସଦର ଏସଡିପିଓ ସୁପ୍ରସନ୍ନ ମଲିକ ଖଜୁରୀପଡା ଥାନାରେ ପହଂଚି ସମୁଦାୟ ଘଟଣା ଅନୁଧ୍ଯାନ କରୁଥିବା ଦେଖିବାକୁ ମିଳିଛି ।
