ଧାମନଗର ଉପନିର୍ବାଚନ କଂଗ୍ରେସ ପକ୍ଷରୁ ପ୍ରଚାର ସରଗରମ
ଭଦ୍ରକ : ଆସନ୍ତା ନଭେମ୍ବର ୩ ତାରିଖରେ ହେବାକୁ ଥିବା ଭଦ୍ରକ ଜିଲ୍ଲା ଧାମନଗର ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ । ଏଥିରେ ବିଜେପିର ସୂର୍ଯ୍ୟବଂଶୀ ସୁରଜ, ବିଜେଡ଼ିର ଅବନ୍ତୀ ଦାସ, କଂଗ୍ରେସର ବାବା ହରେକୃଷ୍ଣ ସେଠୀ, ସ୍ୱାଧୀନର ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ଦାସ ଏବଂ ପବିତ୍ର ମୋହନ ଦାସ ମୋଟ ୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ପ୍ରାର୍ଥୀମାନଙ୍କ ପ୍ରଚାର ସରଗରମ ହୋଇଛି । କଂଗ୍ରେସ ପକ୍ଷରୁ ପ୍ରଚାର ମଇଦାନରେ ରାଜ୍ୟ ଓ ଜିଲ୍ଲାସ୍ତରୀୟ ଦଳୀୟ ନେତା, ବିଧାୟକ, ପୂର୍ବତନ ମନ୍ତ୍ରୀ, ର୍ପୂବତନ ସାଂସଦ, ପ୍ରାର୍ଥୀ ଓ କର୍ମୀ ଉପସ୍ଥିତ ରହି ବିଭିନ୍ନ ପଂଚାୟତରେ ନିର୍ବାଚନ ପ୍ରଚାର କରୁଥିବାରୁ ପ୍ରଚାରକାର୍ଯ୍ୟ ଆହୁରି ସରଗରମ କରିଛି । ଏଥିରେ କଂଗ୍ରେସର ବରିଷ୍ଠ ନେତା ବିଧାୟକ ସୁରେଶ ରାଉତରାୟ, ପସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ପୂର୍ବତନ ମନ୍ତ୍ରୀ ପଂଚାନନ କାନୁନ୍ଗୋ, ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ, ଧାମନଗର ବ୍ଲକ କଂଗ୍ରେସ ସଭାପତି ଅଭିଷେକ ରାଉତ, କାର୍ଯ୍ୟକାରୀ ସଭାପତି ନଳିନୀକାନ୍ତ ମହାନ୍ତି, ଜିଲ୍ଲା ସଭାପତି ସୁବ୍ରତ ଦାସ, ନାରାୟଣ ଚନ୍ଦ୍ର ପାଢ଼ୀ, ପୂର୍ବତନ ବିଧାୟକ ନରେନ୍ ପଲେଇ, ପୂର୍ବତନ ବିଧାୟକ ପଂଚାନନ ମଣ୍ଡଳ ପ୍ରମୁଖ ଭଦ୍ରକ ଜିଲ୍ଲାରେ ପହଂଚି ଧାମନଗର ନିର୍ବାଚନ ମଣ୍ଡଳୀର ବିିଭିନ୍ନ ପଞ୍ଚାୟତରେ ଯୋଗଦେଇ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀକୁ ଜିତେଇବାକୁ କର୍ମୀ ଓ କର୍ମକର୍ତାମାନଙ୍କୁ ପରାମର୍ଶ ଦେବା ସହ ମତଦାତା ମାନଙ୍କୁ ଭୋଟ ଦେବାକୁ ନିବେଦନ କରିଛନ୍ତି । ଆଜି ଧାମନଗର ନିର୍ବାଚନ ମଣ୍ଡିଳୀର ଦୋବଲ, ଧାମନଗର, ଖଡ଼ିପଦା, ଦକ୍ଷିଣବାଡ଼, ବେଦପୁର, ପ୍ରଧାନୀ, ଦଶନ୍ଧିକୂଳ, ସୁଜନସିଂହପୁର, ଷୋହଡ଼ା, ଖଙ୍ଗରା, ପିତେଇପୁର, କରଦା, ଆଦି ଗ୍ରାମପଂଚାୟତ ଓ ଗ୍ରାମରେ କଂଗ୍ରେସ ଦଳର ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ ବିଭିନ୍ନ ପଞ୍ଚାୟତ ଓ ଗ୍ରାମରେ ପହଞ୍ଚି ରୋଡ୍ ସୋ କରି ମା, ମଉସା, ମାଉସୀ, ଭାଇ, ଭଉଣୀ, ଗୁରୁଜନମାନଙ୍କୁ ଭୋଟ ଦେବାକୁ ନିବେଦନ କରିବା ସହ ମୋଟର ସାଇକେଲ୍ ଶୋଭାଯାତ୍ରାରେ କର୍ମୀଙ୍କ ସହ ବୁଲି ପ୍ରାର୍ଥୀ ପ୍ରଚାର କରୁଛନ୍ତି । ଏହା ପୂର୍ବରୁ ଚୁଡ଼ାକୁଟୀ, ଦଇପୁର, ଗୋବିନ୍ଦପୁର, କଲ୍ୟାଣି, ରାଧାବଲ୍ଲଭପୁର, ବୈୟାଙ୍ଗଡିହି, ଅସୁରାଳି, ପାଳସାହି, ଭଟ୍ଟସାହି, କଟସାହି, ବାରୋ, ବୋଡ଼କ, ଅଚକ, ତାଳପଦା, ଦୋଳସାହି, ପାଳିଆ, ଧୂଷୁରୀ, କୋଠାର, କାଶୀମପୁର, ଶ୍ୟାମସୁନ୍ଦରପୁର, ଅର୍ଜୁନପୁର, ନଦୀଗାଁ, ମଙ୍ଗରାଜସାହି, ମୀରଘାହାଟକୂଳ, ଭଟସାହି, ଶଇଲୋ, ବାଲିପାଟଣା, ମମଦୁଲା, ମଠସାହି, ହସନାବାଦ, ଆଦି ଗ୍ରାମପଂଚାୟତ ଓ ଗ୍ରାମରେ କଂଗ୍ରେସ ଦଳର ପ୍ରାର୍ଥୀ ଶ୍ରୀ ସେଠୀ ବିଭିନ୍ନ ପଞ୍ଚାୟତ ଓ ଗ୍ରାମରେ ପହଞ୍ଚି ଜୟଯୁକ୍ତ କରିବାକୁ ମତଦାତା ମାନଙ୍କୁ ନିବେଦନ କରିଛନ୍ତି । ପ୍ରଚାର କାର୍ଯ୍ୟ ଆଉ ମାତ୍ର ସାତ (୭)ଦିନ ରହିଥିବା ବେଳେ ପ୍ରାର୍ଥୀମାନଙ୍କ ପ୍ରଚାର ସରଗରମ୍ ହୋଇଛି । ଧାମନଗର ନିର୍ବାଚନ ମଣ୍ଡଳୀର ସବୁ ପଂଚାୟତରୁ ଭୋଟ ପାଇବା ପାଇଁ ପ୍ରାର୍ଥୀ ଷ୍ଟାର ପ୍ରଚାରକ ଓ କର୍ମୀମାନେ ପ୍ରାଣମୂର୍ଚ୍ଛା ଉଦ୍ୟମ କରିବା ସହ ନମ୍ବର ୱାନରେ ରହିବା ପାଇଁ ପୁରା ଦମ୍ରେ ଲାଗିପଡ଼ିଛନ୍ତି । ସମସ୍ତ ନେତା, ଦଳୀୟକର୍ମୀ, ରାଜ୍ୟସ୍ତରୀୟ ଓ ଜିଲ୍ଳାସ୍ତରୀୟ କର୍ମକର୍ତା ଏବଂ ପ୍ରାର୍ଥୀ, ରୋଡ୍-ଶୋ, ବାଇକ୍ ରାଲି କରିବା ଓ ମତଦାତାଙ୍କୁ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେବାକୁ ନିବେଦନ କରୁଛନ୍ତି । ଏହି ଧାମନଗର ନିର୍ବାଚନ ମଣ୍ଡଳୀରେ ୩୧ଟି ପଂଚାୟତ ଏବଂ ତିହିଡ଼ି ର ୧୩ ଟି ପାଂଚାୟତ ସମେତ ଧାମନଗର ଏନ୍.ଏ.ସି. ସର୍ବମୋଟ ୨୫୨ଟି ମତଦାନ କେନ୍ଦ୍ରରେ ୨ଲକ୍ଷ ୩୮ହଜାର ୪୧୭ ଭୋଟର ମତସାବ୍ୟସ୍ତ କରିବେ । ଏଥିରେ ୧୦୭ଟି ମତଦାନ କେନ୍ଦ୍ର ସମ୍ବେଦନଶୀଳ ଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଥିôବା ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ କହିଛନ୍ତି । ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ଅଟୋରିକ୍ସା, ହୁଇଲ୍ଚେୟାର, ସ୍ୱେଛାସେବୀ ପ୍ରସ୍ତୁତ ରହିଥିବା ଜଣାପଡ଼ିଛି । ଏହାଛଡ଼ା ଭୋଟରମାନଙ୍କ ପାଇଁ ୧୧ଟି ପ୍ରମାଣ ପତ୍ରରୁ ଯେକୌଣସି ଗୋଟିଏ ପରିଚୟପତ୍ର ସାଙ୍ଗରେ ନେଇ ଭୋଟ୍ ଦେଇ ପାରିବେ । ତେବେ ଆସନ୍ତା ନଭେମ୍ବର ୧ ତାରିଖ ପ୍ରଚାରକାର୍ଯ୍ୟ ଶେଷ ହେଉଥିବାରୁ ନଭେମ୍ବର ୩ତାରିଖରେ ଭୋଟ୍ ଗ୍ରହଣ ଏବଂ ନଭେମ୍ବର ୬ ତାରିଖରେ ଫଳାଫଳ ଘୋଷଣା ଜଣାପଡ଼ିବ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।
