କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା : ସତ ମାନିଲେ ଅଭିଯୁକ୍ତ ନିରଞ୍ଜନ
ଭୁବନେଶ୍ୱର : କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ସତ ମାନିଲେ ଘଟଣାର ଅନ୍ୟତମ ଅଭିଯୁକ୍ତ ନିରଞ୍ଜନ ସେଠୀ । ତଦନ୍ତ ବେଳେ ନିରଞ୍ଜନ ମଧ୍ୟ ସହଯୋଗ କୁରଥିବା କ୍ରାଇମ୍ବ୍ରାଞ୍ଚ କହିଛି ।
ଗତ ଫେବୃଆରୀ ୭ ତାରିଖ ସନ୍ଧ୍ୟାରେ ସମ୍ପୂର୍ଣ୍ଣା ଅଫିସ୍କୁ ନିରଞ୍ଜନ ଆସିଥିଲେ । ସେହି ସମୟରେ ଶର୍ମିଷ୍ଠା, ଝୁନା ଏବଂ ଝୁନାର ସ୍ୱାମୀ ରାଜ୍ ସେଠାରେ ଥିଲେ । ଶର୍ମିଷ୍ଠାଙ୍କ ଉାଉଜ ଏବଂ ଜଣେ କମ୍ପମ୍ୟୁଟର ଅପରେଟର ମଧ୍ୟ ସେଠାରେ ଥିଲେ । ଦୟାଲ୍ ଆଶ୍ରମରୁ ମାନସଙ୍କୁ ସମ୍ପୂର୍ଣ୍ଣା ଅଫିସ୍କୁ ଅଣାଯାଇଥିଲା । ସେଠାରେ ନିରଞ୍ଜନ ମଧ୍ୟ ମାନସକୁ ପିଟିଥିବା କ୍ରାଇମ୍ବ୍ରାଞ୍ଚ ଆଗରେ ସ୍ୱିକାର କରିଛନ୍ତି । ରାତି ୧୦ଟା ବେଳକୁ ନିରଞ୍ଜନ ସମ୍ପୂର୍ଣ୍ଣା ଅଫିସ୍ରୁ ଚାଲି ଯାଇଥିବା କ୍ରାଇମ୍ବ୍ରାଞ୍ଚ କହିଛି । ଏହାଛଡ଼ା ଶର୍ମିଷ୍ଠାଙ୍କୁ ଫେରାର କରିବାରେ ସାହାଯ୍ୟ ନିରଞ୍ଜନ କରିଥିଲେ । ଶର୍ମିଷ୍ଠାଙ୍କୁ ୧୦ ହଜାର ଟଙ୍କା ଦେଇଥିବା ମଧ୍ୟ ସେ କ୍ରାଇମ୍ବ୍ରାଞ୍ଚକୁ କହିଛନ୍ତି । ଏଥି ସହିତ ଗାଡି କରି କାଳିଆପାଣି ପଳାଇ ଯିବାକୁ ଶର୍ମିଷ୍ଠାଙ୍କୁ ନିରଞ୍ଜନ କହିଥିବା କ୍ରାଇମ୍ବ୍ରାଞ୍ଚ ଆଗରେ ପ୍ରାକାଶ କରିଛନ୍ତି ।
