କ୍ୟାମେରାମ୍ୟାନ ମାନସ ହତ୍ୟା ଘଟଣା : ୪ ଅଭୁଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ
ଭଦ୍ରକ : କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କ ସମେତ ୪ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ । ଭଦ୍ରକ ଉପକାରାଗାରରେ କ୍ରାଇମବ୍ରାଞ୍ଚ ଟିମ ପହଞ୍ଚି ୪ ଅଭୁଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଛି । ଚାନ୍ଦବାଲି ଜୁଡିସିଆଲ ମାଜିଷ୍ଟ୍ରେଟ ପ୍ରଥମ ଶ୍ରେଣୀ (ଜେଏମଏଫସି) କୋର୍ଟରେ ଏହି ଦୁଇ ଜଣଙ୍କ ଜାମିନ ଆବେଦନ କରାଯାଇଥିଲା । କୋର୍ଟ ସେମାନଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରି କ୍ରାଇମବ୍ରାଞ୍ଚକୁ ପାଞ୍ଚ ଦିନ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଥିଲେ ।
ସେମାନଙ୍କ ମଧ୍ୟରେ ନିରଂଜନ ସେଠୀ, ସୂଚନା ଓ ପ୍ରସାରଣ ବିଭାଗର ପୂର୍ବତ୍ତନନ ନିର୍ଦ୍ଦେଶକ ନିରଞ୍ଜନ ସେଠୀ ଏବଂ ରଂଜନ ନାୟକ ଅଛନ୍ତି। ସେପଟେ ଭଦ୍ରକ ପୋଲିସ ଏବଂ କ୍ରାଇମ ବ୍ରାଞ୍ଚର ମିଳିତ ଟିମ୍ ଗତକାଲି ଭଦ୍ରକର ନାଳଙ୍ଗା ଅଞ୍ଚଳରୁ ଶର୍ମିଷ୍ଠା ଏବଂ ତାଙ୍କ ସହଯୋଗୀ ଝୁନାଙ୍କୁ ଗିରଫ କରିଛି । ଦୁହେଁ ଏକ ବସରେ କୋଲକାତାରୁ ଓଡ଼ିଶା ଅଭିମୁଖେ ଫେରୁଥିବାବେଳେ ସେମାନଙ୍କୁ ଧରାଯାଇଥିଲା। ଗିରଫଦାରୀରୁ ରକ୍ଷା ପାଇବା ପାଇଁ ଦୁହେଁ କୋଲକାତା ଏବଂ ଗୁଆହାଟୀରେ କିଛି ଦିନ ବିତାଇଥିଲେ।
