ଟ୍ରକକୁ ପିଟିଲା ବସ୍ : ୫ ଆହତ, ଅଳ୍ପକେ ବର୍ତ୍ତିଲେ ୫୦
ଅନୁଗୁଳ : ଅନୁଗୁଳ ଜିଲା ୬୩ ନମ୍ବର ଜାତୀୟ ରାଜପଥ ଜିନ୍ଦଲ ଠାରେ ଛିଡ଼ା ହୋଇଥିବା ଟ୍ରକକୁ ପିଟିଲା ବସ୍ । ଯାହାଫଳରେ ୫ଜଣ ଆହତ ହୋଇଥିବା ବେଳେ ୫୦ରୁ ଅଧିକ ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଯେ, ଶିବଶଙ୍କର ନାମକ ଏକ ଘରୋଇ ବସ୍ ଦେବଗଡ଼ରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା । ୫୦ରୁ ଅଧିକ ଯାତ୍ରୀଙ୍କୁ ନେଇ ନିଜ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାଉଥିଲେ । ଅନୁଗୁଳ ୬୩ ନମ୍ବର ଜାତୀୟ ରାଜପଥ ଜିନ୍ଦଲ ନିକଟରେ ଛିଡା ହୋଇଥିବା ଟ୍ରକ୍କୁ ଧକ୍କା ଦେଇଥିଲା ବସ୍ । ଯାହାଫଳରେ ୫ଜଣ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତଙ୍କୁ ଆହତଙ୍କୁ ଉଦ୍ଧାର କରି ଅନୁଗୁଳ ମେଡିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଜଣାପଡିଛି । ସେହିପରି ଗାଡ଼ିରେ ଥିବା ୫୦ ଯାତ୍ରୀ ଏହି ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଯଦିଓ ଦୁର୍ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡି ନାହିଁ, ଡ୍ରାଇଭରଙ୍କ ନିଦ୍ରାହୀନତା ଏହି ଦୁର୍ଘଟଣା ଘଟାଇଥିବା ସନ୍ଦେହ କରାଯାଉଛି। ସମସ୍ତ ଆହତ ବ୍ୟକ୍ତି ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
