ଦୁର୍ଘଟଣାଗ୍ରସ୍ତ ହୋଇ ବ୍ରିଜ ତଳକୁ ଝୁଲି ରହିଲା ବସ୍, ଯାତ୍ରୀ ସୁରକ୍ଷିତ
ବାଙ୍କୀ : ଅନୁଗୁଳରୁ ଭୁବନେଶ୍ୱର ଆସୁଥିବା ବସଟି ଦୁର୍ଘଟଣାଗ୍ରସ୍ତ ହୋଇ ଜାତମୁଣ୍ଡିଆ-ସୁବର୍ଣ୍ଣପୁର ବ୍ରିଜରେ ଲଟକିଲା । ବସର ସମ୍ମୁଖ ଭାଗ ଝୁଲନ୍ତା ଅବସ୍ଥାରେ ରହିଥିଲା । ପରେ ରେନ ଦ୍ୱାରା ବସଟିକୁ ସୁରକ୍ଷିତ ଭାବେ ଉଠା ଯାଇଥିବାର ଜଣାପଡ଼ିଛି। ଅନ୍ୟପକ୍ଷରେ ରକ୍ଷା ପାଇଗଲେ ସମସ୍ତ ଯାତ୍ରୀ।
ସୂଚନା ଯେ, ଦୁର୍ଘଟଣାଗ୍ରସ୍ତ ହୋଇ ମହାନଦୀ ବ୍ରିଜ ତଳକୁ ଝୁଲି ରହିଥିବା ଏକ ଯାତ୍ରୀବାହୀ ବସକୁ ବ୍ରିଜରୁ ସୁରକ୍ଷିତ ଭାବେ କ୍ରେନ ଦ୍ୱାରା ଉଠାଇ ଦିଆଯାଇଛି । ଅନୁଗୋଳରୁ ଭୁବନେଶ୍ବର ଆସୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇ ଜାତମୁଣ୍ଡିଆ-ସୁବର୍ଣ୍ଣପୁର ବ୍ରିଜରୁ ମହାନଦୀ ତଳକୁ ଝୁଲି ପଡ଼ିଥିଲା ବସ୍ । ବ୍ରିଜ ସୁରକ୍ଷା ବାଡ଼ ଭାଙ୍ଗି ନଦୀକୁ ଝୁଲି ପଡ଼ିଥିଲା ବସ୍ଟି ପ୍ରାୟ ୧୦ ଫୁଟ ଆଗକୁ ମାଡ଼ି ଯାଇ ନଦୀକୁ ଝୁଲି ପଡ଼ିଥିଲା ।ସୁରକ୍ଷା ବାଡ଼ ମାଡ଼ରେ ବସ୍ର ଗୋଟିଏ ଆଗ ଚକ ବାହାରି ପଡିଥିଲା । ସୌଭାଗ୍ୟବଶତଃ ବସରେ ଥିବା ସମସ୍ତ ୬୦ ଯାତ୍ରୀଙ୍କ କୌଣସି କ୍ଷୟକ୍ଷତି ହୋଇନାହିଁ।ବସ୍ଟି ନଦୀକୁ ନ ଖସିବାରୁ ଏକ ବଡ଼ ଅଘଟଣ ଟଳିଯାଇଛି ।
