ନବରାତ୍ରରେ ପଡ଼ିବ ବୁଦ୍ଧାଦିତ୍ୟ ଯୋଗ, ଧନବାନ୍ ହେବେ ଏହି ୫ ରାଶି
ଆରମ୍ଭ ହୋଇଛି ନବରାତ୍ରୀ । ଯାହା ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ। ନବରାତ୍ରର ପ୍ରଥମ ଦିନରେ ମା ଶୈଳପୁତ୍ରୀଙ୍କୁ ପୂଜା କରିବାର ବିଧି ରହିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ନବରାତ୍ରରେ କେତେକ ଗ୍ରହ ସେମାନଙ୍କ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସୂର୍ଯ୍ୟ ଏବଂ ବୁଧ ନବରାତ୍ରୀ ସମୟରେ ସେମାନଙ୍କର ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହି ଦୁଇଟି ଗ୍ରହ ବର୍ତ୍ତମାନ ତୁଳା ରାଶିରେ ଅବସ୍ଥାନ କରିଛନ୍ତି। କିନ୍ତୁ ଚଳିତ ମାସ ୧୮ ତାରିଖରେ ସୂର୍ଯ୍ୟ ବିଛା ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି । ସେହିପରି, ବୁଧ ମଧ୍ୟ ୧୯ ଅକ୍ଟୋବରରେ କନ୍ୟା ରାଶିକୁ ଚଳନ କରିବେ। ଏଭଳି ସ୍ଥିତିରେ ସୂର୍ଯ୍ୟ ଓ ବୁଧଙ୍କ ରାଶି ପରିବର୍ତ୍ତନ ନବରାତ୍ର ସମୟରେ ବୁଦ୍ଧାଦିତ୍ୟ ଯୋଗ ସୃଷ୍ଟି କରୁଛି । ଏହି ବୁଦ୍ଧାଦିତ୍ୟ ଯୋଗ କାରଣରୁ ୫ ରାଶିର ବ୍ୟକ୍ତିଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆସିବ। ଧନଧାନ୍ୟରେ ସେମାନଙ୍କ ଜୀବନ ଭରିଯିବ।
ମାଲେମାଲ୍ ହେବେ ଏହି ରାଶିର ଲୋକେ :
କନ୍ୟା ରାଶି : ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ବୁଦ୍ଧାଦିତ୍ୟ ଯୋଗ କାରଣରୁ କନ୍ୟା ରାଶିର ବ୍ୟକ୍ତିଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆସିବ। ଏହି ସମୟ ମଧ୍ୟରେ ଦୁର୍ଗା ,ସୂର୍ଯ୍ୟ ଏବଂ ବୁଧଙ୍କର ଆର୍ଶିବାଦ ଆପଣଙ୍କ ଉପରେ ରହିବ । ଆର୍ଥିକ ସ୍ଥିତି ମଜବୁତ୍ ହେବ। ଆକସ୍ମିକ ଧନଲାଭର ଯୋଗ ରହିଛି। ଅଟକି ରହିଥିବା ଧନ ଆପଣଙ୍କୁ ପ୍ରାପ୍ତ ହେବ। ଚାକିରି ଆଶାରେ ଥିବା ଆଶାୟୀଙ୍କୁ ଭଲ ଚାକିରିର ଅଫର ମିଳିବ। ଏବଂ କାର୍ଯ୍ୟାଳୟରେ ଆପଣଙ୍କୁ ପଦୋନ୍ନତି ମିଳିବାର ମଧ୍ୟ ସମ୍ଭାବନା ରହିଛି। ବ୍ୟବସାୟରେ ଆଶାନୁରୂପକ ଲାଭ ପାଇବେ।
ତୁଳା ରାଶି : ସେହିପରି ତୁଳା ରାଶିର ଲୋକେ ବି ଏହି ନବରାତ୍ର ସମୟରେ ଶୁଭଫଳ ପାଇବେ। ବୁଦ୍ଧଦିତ୍ୟ ଯୋଗ କାରଣରୁ ବ୍ୟବସାୟୀମାନେ ଏହି ସମୟରେ ବିଶେଷ ଲାଭବାନ୍ ହେବେ। କ୍ୟାରିୟରେ ସଫଳତା ପାଇବେ । କମ୍ପିଟେଟିଭ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଆଶାୟୀ ଏହି ସମୟରେ ଭଲ ରେଜଲ୍ଟ ପାଇବେ। ଆପଣଙ୍କୁ ବିଦେଶରୁ ଚାକିରି ଅଫର ମିଳିପାରେ। ପୈତୃକ ସମ୍ପତ୍ତିରୁ ଆପଣଙ୍କୁ ଲାଭ ପାଇବେ। ଆୟ ବ୍ୟୟ ସମାନ ରହିବ। ସ୍ବାସ୍ଥ୍ୟ ଭଲ ରହିବ।
ଧନୁ ରାଶି : ଧନୁ ରାଶିଙ୍କ ଭାଗ୍ୟ ବି ନବରାତ୍ରରେ ଚମକିବ। ବୁଦ୍ଧାଦିତ୍ୟ ଯୋଗ କାରଣରୁ ଏହି ସମୟରେ ନୂତନ ବ୍ୟବସାୟ ଆରମ୍ଭ କଲେ ଅଧିକ ଲାଭ ପାଇବେ। ଅବିବାହିତଙ୍କ ପାଇଁ ଭଲ ପ୍ରସ୍ତାବ ଆସିପାରେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଦିର୍ଘ ଦିନ ଧରି ଅଟକି ରହିଥିବା କାର୍ଯ୍ୟ ସମ୍ପୁର୍ଣ୍ଣ ହେବ।
ମକର ରାଶି : ଅବିବାହିତ ଯୁବକ ଯୁବତୀଙ୍କ ପାଇଁ ବିବାହ ପାଇଁ ଏକ ଭଲ ପ୍ରସ୍ତାବ ଆସିପାରେ। ଯଦି ଆପଣ ଏକ ବ୍ୟବସାୟ ଯୋଜନା କରୁଛନ୍ତି, ତେବେ ଆପଣ ଏଥିରେ ଉତ୍ତମ ସଫଳତା ପାଇବେ। ଯଦି ଆପଣ ଷ୍ଟକ୍ ମାର୍କେଟରେ ବିନିଯୋଗ କରିବାକୁ ଚାହାଁନ୍ତି, ତେବେ ଏହାକୁ ଜଣେ ବିଶେଷଜ୍ଞଙ୍କ ପରାମର୍ଶରେ କରନ୍ତୁ, ତେବେ ଆପଣ ଏଥିରେ ଲାଭ ପାଇପାରିବେ। ଯେଉଁମାନେ ବ୍ୟବସାୟ ଶ୍ରେଣୀର ଅଟନ୍ତି ସେମାନେ ଯେ,କୌଣସି ସ୍ଥାନରେ ଅତି ଯତ୍ନର ସହିତ ବିନିଯୋଗ କରିବା ଉଚିତ୍।
କୁମ୍ଭ ରାଶି : ଏହି ରାଶିର ବ୍ୟକ୍ତି ବିଶେଷ ଚାକିରି ସମ୍ବନ୍ଧୀୟ ଶୁଭ ଖବର ପାଇବେ । ବ୍ୟବସାୟରେ ଉନ୍ନତି ହେବ । ଆକସ୍ମିକ ଧନ ଲାଭ ନେଇ ଯୋଗ ରହିଛି । କର୍ମକ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କଠାରୁ ପ୍ରଶଂସା ପାଇବେ । ଦୂରସ୍ଥାନକୁ ଭ୍ରମଣ ଯୋଗ ରହିଛି । ସ୍ବାସ୍ଥ୍ୟ ଭଲ ରହିବ । କୋର୍ଟ କଚେରୀ ମାମଲାରେ ସଫଳତା ପାଇବେ । ନୂତନ ଜମି କିମ୍ବା ଯାନ କ୍ରୟ ନେଇ ଯୋଗ ରହିଛି ।
