ବିଏସଏଫର ଏଏସଆଇ ଓ କନଷ୍ଟେବଲ୍ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି! ଜାଣନ୍ତୁ ଆବଶ୍ୟକ ଯୋଗ୍ୟତା ଓ ବୟସ ସୀମା, ଏହିପରି କରନ୍ତୁ ଆବେଦନ
ନୂଆଦିଲ୍ଲୀ : ସୀମା ସୁରକ୍ଷା ବଳ (ବିଏସଏଫ) ରେ ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଯୁବ ବର୍ଗଙ୍କ ପାଇଁ ଏକ ଖୁସି ଖବର ଅଛି । ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର (ଏଏସଆଇ), ହେଡ୍ କନଷ୍ଟେବଲ୍ (ଏଚସି) ଏବଂ କନଷ୍ଟେବଳର ୭୨ ଟି ପଦବୀରେ ନିଯୁକ୍ତି ପାଇଁ ବିଏସଏଫ ବିଜ୍ଞପ୍ତି ଜାରି କରିଛି । ଏହି ପୋଷ୍ଟଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ନିକଟରେ ଆରମ୍ଭ ହୋଇଛି । ଆବେଦନ ପାଇଁ ଶେଷ ତାରିଖ ହେଉଛି ୨୯ ଡିସେମ୍ବର ରହିଛି । ତେଣୁ ଯୋଗ୍ୟ ପ୍ରାର୍ଥୀମାନେ ଯଥାଶୀଘ୍ର ଆବେଦନ କରିବା ଉଚିତ୍ । ନିଯୁକ୍ତି ପରୀକ୍ଷା, ଶାରୀରିକ ପରୀକ୍ଷା ଏବଂ ଡାକ୍ତରୀ ପରୀକ୍ଷା ଆଧାରରେ ଏହି ପଦବୀ ପାଇଁ ପ୍ରାର୍ଥୀ ଚୟନ କରାଯିବ ।
ଅନଲାଇନ୍ ଆବେଦନ ଆରମ୍ଭ ତାରିଖ – ୧୫ ନଭେମ୍ବର ୨୦୨୧
ଆବେଦନ କରିବାର ଶେଷ ତାରିଖ – ୨୯ ଡିସେମ୍ବର ୨୦୨୧
ଆବେଦନ ଶୁଳ୍କ ଦାଖଲ କରିବାର ଶେଷ ତାରିଖ – ୨୯ ଡିସେମ୍ବର ୨୦୨୧
ନିଯୁକ୍ତି ପରୀକ୍ଷା ତାରିଖ – ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ
ଏହି ଗ୍ରୁପ୍ ସି ପୋଷ୍ଟଗୁଡିକ ପାଇଁ ଆବେଦନ କରୁଥିବା ପାର୍ଥିମାନେ ସର୍ବନିମ୍ନ ଦଶମ ପାସ୍ ହେବା ଉଚିତ୍ । ଏହା ବ୍ୟତୀତ, ସମ୍ପୃକ୍ତ ଟ୍ରେଡ଼ରେ ସେମାନଙ୍କର ଆଇଟିଆଇ ସାର୍ଟିଫିକେଟ୍ ରହିବା ଉଚିତ୍ । ବୟସ ସୀମା ବିଷୟରେ କହିବାକୁ ଗଲେ ପ୍ରାର୍ଥୀମାନଙ୍କର ସର୍ବନିମ୍ନ ବୟସ ୧୮ ବର୍ଷ ଏବଂ ସର୍ବାଧିକ ବୟସ ୨୫ ବର୍ଷ ହେବା ଉଚିତ୍ । ରିଜର୍ଭ ବର୍ଗର ପ୍ରାର୍ଥୀମାନେ ନିୟମ ଅନୁଯାୟୀ ବୟସ ସୀମା ମଧ୍ୟରେ ଆରାମ ପାଇବେ ।
ଜେନେରାଲ୍, ଓବିସି ଏବଂ ଇଡବ୍ଲୁଏସ୍ ବର୍ଗ ପାଇଁ ଆବେଦନ ଶୁଳ୍କ ୧୦୦ ଟଙ୍କା ରଖାଯାଇଛି । ଏସସି, ଏସଟି, ଏକ୍ସ-ସର୍ଭିସମ୍ୟାନ ଏବଂ ସମସ୍ତ ବର୍ଗର ମହିଳାଙ୍କ ପାଇଁ ଆବେଦନ ମାଗଣା । ଡେବିଟ୍ କାର୍ଡ, କ୍ରେଡିଟ୍ କାର୍ଡ ଏବଂ ନେଟ୍ ବ୍ୟାଙ୍କିଙ୍ଗ୍ ମାଧ୍ୟମରେ ଆବେଦନ ଶୁଳ୍କ ଜମା କରାଯାଇ ହେବ ।
ଏହି ପଦବୀ ପାଇଁ ଆବେଦନ କରିବାକୁ ଯୋଗ୍ୟ ପ୍ରାର୍ଥୀଙ୍କୁ ବିଏସଏଫର ଅଫିସିଆଲ୍ ନିଯୁକ୍ତି ୱେବସାଇଟ୍ https://rectt.bsf.gov.in ଭିଜିଟ କରିବାକୁ ପଡିବ । ଏଠାରେ ଆପଣ ଏହି ନିଯୁକ୍ତିର ଅଫିସିଆଲ୍ ବିଜ୍ଞପ୍ତି ଏବଂ ଆବେଦନ ଫର୍ମ ପୂରଣ ପାଇଁ ଲିଙ୍କ୍ ପାଇବେ । ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁଯାୟୀ ସମସ୍ତ ପ୍ରାର୍ଥୀ ଆବେଦନ ଫର୍ମ ପୂରଣ କରିପାରିବେ ।
