ବିଧାୟିକାଙ୍କ ଘର ଆଗରେ ବୋମାମାଡ଼ : ଦୁଇ ସମର୍ଥକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ
ଗଞ୍ଜାମ : ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କ ଗ୍ରାମରେ ଗୋଷ୍ଠୀ କନ୍ଦଳ କାରଣରୁ ବିଧାୟିକାଙ୍କ ଖଲ୍ଲିକୋଟ ବାସ ଭବନ ଉପରେ ଆକ୍ରମଣ ହୋଇଥିବା ଜଣାପଡ଼ିଛି । ଏଥିରେ ବିଧାୟକାଙ୍କ ଗ୍ରାମର ଦୁଇ ଜଣ ସମର୍ଥକଙ୍କୁ ଗୋଡେଇ ଗୋଡେଇ ଦୁର୍ବୃତ ହାଣିଦେଇଛନ୍ତି । ଦୁଇଜଣ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ଖଲ୍ଲିକୋଟ ମେଡିକାଲରେ ଭର୍ତି କରାଯାଇଛି । ବିଧାୟିକାଙ୍କ ନିଜ ଗାଁ ରେ କ୍ରମାଗତ ବୋମା ମାଡ଼ ଚାଲିଥିବା ଜଣାପଡ଼ିଛି ।
ଦିନ ଦି’ପହରରେ ଖଲ୍ଲିିକୋଟ୍ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କ ଭଡ଼ା ଘରେ ଦୁର୍ବୃତମାନେ ଲଙ୍କାକାଣ୍ଡ ଘଟାଇଛନ୍ତି । ବିଧାୟିକା ଘରେ ଥିବା ଭାବି ଦୁର୍ବୃତମାନେ ଆକ୍ରମଣ କରିବାକୁ ଯାଇଥିଲେ । ମାତ୍ର ଘରେ ତାଲା ପଡ଼ିଥିବା ଦେଖି ଦୁର୍ବୃତମାନେ ବାହାରେ ଭଂଗାରୁଜା କରିଛନ୍ତି । ଏପରିକି ଘରେ ଲାଗିଥିବା କାଚ ଓ ୨ଟି ବାଇକ ଭାଙ୍ଗି ଦେଇଛନ୍ତି । ପରେ ଦୁର୍ବୃତମାନେ ବିଧାୟିକାଙ୍କ ନିଜ ଗାଁ କେଶପୁର ପାଟଣାସାହିରେ ସମର୍ଥକଙ୍କ ଉପରେ ବୋମା ମାଡ଼ କରିଛନ୍ତି । ବିଧାୟକଙ୍କ ସମର୍ଥକଙ୍କ ଉପରକୁ ଏକାଧିକ ବୋମା ଫିଙ୍ଗା ଯାଇଥିବା ଜଣାପଡ଼ିଛି । ଏପରିକି ଖଣ୍ଡାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ବୋମାମାଡ଼ରେ ୪ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ଖଲ୍ଲିକୋଟ ମେଡିକାଲରେ ଭର୍ତି କରାଯାଇଥିଲା । ସେଠାରେ ଦୁଇ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମ୍କେସିଜି ମେଡିକାଲ୍କୁ ସ୍ଥାନାନ୍ତରିତ କରାଯାଇଛି । ପୂର୍ବ ଶତ୍ରୁତାରୁ ଆକ୍ରମଣ ହୋଇଥିବା ଆଲୋଚନା ହେଉଛି । ସେପଟେ ଆକ୍ରମଣ ନେଇ ବିଧାୟିକାଙ୍କ ପ୍ରତିକ୍ରିୟ ମିଳିପାରି ନାହିଁ ।
