ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ କଲରା ସିଝା ପାଣି ! ପ୍ରତିଦିନ ପିଅନ୍ତୁ ଏକ ଗ୍ଲାସ, ଛୁଇଁବନି ଏହି ୪ ବଡ ରୋଗ
କଲରା ଖାଇବାକୁ ସମସ୍ତଙ୍କୁ ଭଲ ଲାଗି ନ ଥାଏ । କାରଣ ଏହାସର ସ୍ବାଦ ପିତା ଥାଏ । କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଏଥିରେ ଅନେକ ପ୍ରକାରର ଆଣ୍ଟିଅକ୍ସିଡାଣ୍ଟ ଥାଏ ଯାହା ଆମ ଶରୀରକୁ ଅନେକ ରୋଗରୁ ରକ୍ଷା କରିଥାଏ । ଯଦିଓ ଆପଣ ଏହାକୁ ଖାଇବାକୁ ପସନ୍ଦ କରନ୍ତି ନାହିଁ କିନ୍ତୁ ଯଦି ଆପଣ ଏହାର କଲରା ଫୁଟା ପାଣିର ଉପକାର ବିଷୟରେ ଜାଣିବେ, ତେବେ ବୋଧହୁଏ ଆପଣ ଏହାକୁ ପ୍ରତିଦିନ ପିଇବା ପାଇଁ ଚାହିଁବେ । ଏହା ଆମ ଶରୀର ପାଇଁ କିପରି ଲାଭଦାୟକ ହୋଇପାରେ ଆସନ୍ତୁ ଜାଣିବା ।
କିଭଳି ପ୍ରସ୍ତୁତ କରିବେ କଲରା ସିଝା ପାଣି ? :
କଲରା ସିଝା ପାଣି ପ୍ରସ୍ତୁତ କରିବା ପାଇଁ, ୨ଟି ବଡ କଲରାକୁ ଉଭୟ ପଟରୁ ପ୍ରଥମେ କାଟି ଦିଅନ୍ତୁ । ପରେ ଏକ ପାତ୍ରେ ୧୦ -୧୫ ମିନିଟ ଯାଏଁ ଧିମା ଆଞ୍ଚରେ ଫୁଟିବାକୁ ଛାଡି ଦିଅନ୍ତି । ପରେ, ଗ୍ୟାସରୁ ବାହାର କରିବା ପରେ ଏହା ଥଣ୍ଡା ହେବା ପାଇଁ ଅପେକ୍ଷା କରନ୍ତୁ । ଥଣ୍ଡା ହେବା ପରେ, ଏହି ସିଝା ପାଣିକୁ ଏକ ପାତ୍ରକୁ କାଢି ସେଥିରେ ସ୍ୱାଦ ଅନୁଯାୟୀ ଲୁଣ ମିଶାନ୍ତୁ । ବର୍ତ୍ତମାନ ଏହି କଲରା ସିଝା ପାଣିକୁ ଆପଣ ସାଇତି ରଖିପାରିବେ। ଏବଂ ସକାଳେ ଏବଂ ସନ୍ଧ୍ୟାରେ ଏହାକୁ ପିଇ ପାରିବେ।
ଚର୍ମ :
ଯଦି ଆପଣ ନିୟମିତ ଭାବରେ କଲରା ଫୁଟା ପାଣି ପିଅନ୍ତି, ତେବେ ଆପଣଙ୍କ ଚର୍ମ ସହିତ ଜଡିତ ଅନେକ ସମସ୍ୟାରୁ ମୁକ୍ତି ପାଇବେ। ବାସ୍ତବରେ ଏଥିରେ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ମିଳିଥାଏ, ଯାହା ଆମ ଚର୍ମରେ ଥିବା ଦାଗ, ବ୍ରଣ, ଚର୍ମ ସଂକ୍ରମଣରୁ ରକ୍ଷା କରିଥାଏ ।
ମଧୁମେହ :
ଯେଉଁମାନେ ସକାଳେ ଏବଂ ସନ୍ଧ୍ୟାରେ କଲରା ଫୁଟା ପାଣି ପିଅନ୍ତି, ସେମାନଙ୍କ ରକ୍ତରେ ଶର୍କରା ସ୍ତର ବଜାୟ ରହିଥାଏ । କାରଣ ଏହି ପନିପରିବାରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଅଗ୍ନାଶୟର କାର୍ଯ୍ୟରେ ଉନ୍ନତି ଆଣେ । ଏହା ବ୍ୟତୀତ ମେଟାବୋଲିଜିମ୍ ବୃଦ୍ଧି ପାଇଥାଏ, ଯାହା ମଧୁମେହ ରୋଗୀଙ୍କ ପାଇଁ ଆବଶ୍ୟକ।
ହଜମ :
କଲରା ଜୁସ୍ ପେଟ ସମସ୍ୟା ଦୂର କଲେ। କାରଣ ଏଥିରେ ଫସଫରସ୍ ଭରପୂର ଅଟେ, ଯାହା ହଜମ ପ୍ରକ୍ରିୟାରେ ଉନ୍ନତି ଆଣି କୋଷ୍ଠକାଠିନ୍ୟ ଦୂର କରିଥାଏ ।
ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି :
ଆଜିକାଲି, ଭାଇରାଲ୍ ସଂକ୍ରମଣର ଆଶଙ୍କା ସବୁବେଳେ ରହିଥାଏ, ତେଣୁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବାରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏପରି ପରିସ୍ଥିତିରେ ଆପଣଙ୍କୁ ପ୍ରତିଦିନ ଦୁଇଥର କଲରା ଫୁଟା ପାଣି ପିଇବା ଉଚିତ୍ । ଏହା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟ ହୋଇଥାଏ ।
