ରାସ୍ତା ପାର୍ଶ୍ୱରୁ ଯୁବକଙ୍କ ମୃତଦେହ ଉଦ୍ଧାର
ଭଦ୍ରକ : ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅଧିନ ମତୋ ମାଧପୁର ମୁଖ୍ୟରାସ୍ତା କଲେଜ ଛକ ନିକଟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର। ମୃତଦେହଟି ରାସ୍ତା ତଳେ କାଦୁଅରେ ପଡିଥିବା ଦେଖିବାକୁ ମିଳିଥିଲା । ସେହିପରି ତାଙ୍କ ବାଇକ ରାସ୍ତା ତଳକୁ ପଡ଼ିଥିବା ଦେଖିବାକୁ ମିଳିଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଘଟଣାସ୍ଥଳରେ ଦୁର୍ଘଟଣାର ଚିହ୍ନ ନ ଥିବାରୁ ସ୍ଥାନୀୟ ଲୋକେ ହତ୍ୟା କରାଯାଇଥିବା ସନ୍ଦେହ କରିଛନ୍ତି । ଖବର ପାଇ ମତୋ ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ମୃତକ ଜଣକ ମତୋ ପରମାନ୍ଧପୁର ଗାଁର ଗୋଲେଖ ଦାସଙ୍କ ପୁଅ ବସନ୍ତ ବୋଲି ଜଣାପଡିଛି ।
