ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
ଭଦ୍ରକ : ଭଦ୍ରକ ଜିଲା ତିହିଡ଼ି ବ୍ଲକ ପୀରହାଟ ଥାନା ଶ୍ୟାମସୁନ୍ଦରପୁର ପ ।ୟତ ଅଧୀନ ତଳଦୁମୁକା ଗ୍ରାମର ସୁରେନ୍ଦ୍ର ମଳିକଙ୍କ ପୁଅ ସୀତାକାନ୍ତ ମଳିକ (୨୪)ଆଜକୁ ୫ଦିନ ହେବ ନିଖୋଜ ଥିଲେ । ଜାଯପୁର ଜିଲ୍ଲା ମଂଗଳପୁର ଅ ଳର ବୈତରଣୀ ନଦୀରେ ଭାସୁଥିବା ବେଳେ ସ୍ଥାନୀୟ ଲୋକେ ଶବ ଉଦ୍ଧାର କରି ପୁଲିସକୁ ଖବର ଦେଇଥିଲେ । ମଙ୍ଗଳପୁର ଥାନା ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।
ପ୍ରକାଶ ଯେ, ସୀତାକାନ୍ତ ଗତ ୫ଦିନ ତଳେ ଘରୁ ନିଖୋଜ ହୋଇ ଯାଇଥିଲେ । ତାଙ୍କ ପରିବାର ଲୋକ ଖୋଜାଖୋଜି କରିବା ପରେ ମଧ୍ୟ ପାଇ ନଥିଲେ । ତେବେ ଶୁକ୍ରବାର ଜାଯପୁର ଜିଲା ମଙ୍ଗଳପୁର ଥାନା ଅଧୀନ ଇଚ୍ଛାପୁର ଗ୍ରାମ ନିକଟରେ ଥିବା ବୈତରଣୀ ନଦୀରେ ଭାସୁଥିବାର ଲୋକମାନେ ଦେଖିବାକୁ ପାଇଥିଲେ । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅ ଳରେ ଶୋକର ଛାୟା ଖେଳି ଯାଇଛି ।
