ପୋଖରୀରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଜାରି
କୋଣାର୍କ : ପୋଖରୀରେ ଭାସୁଛି ବୃଦ୍ଧାଙ୍କ ମୃତଦେହ । ଏହି ଘଟଣା ଦେଖିବାକୁ ମିଳିଛି କୋଣାର୍କ ଚ୍ଚଟୋଳ ଗାଁରେ । ମୃତକ ହେଉଛନ୍ତି ଚ୍ଚଟୋଳ ଗାଁର ରମାମଣୀ ମଙ୍ଗରାଜ । ପୋଖରୀରେ ଭାସୁଥିବା ମୃତଦେହ ଉଦ୍ଧାର କରି ତଦନ୍ତ ଜାରି ରଖିଛି ପୋଲିସ ।
ସୂଚନା ଯେ, କୋଣାର୍କ ନିକଟ ଚ୍ଚଟୋଳ ଗାଁ ପୋଖରୀରେ ବୃଦ୍ଧାଙ୍କ ମୃତଦେହ ଭାସୁଥିବା ଦେଖିଥିଲେ ଗ୍ରାମବାସୀ । ତେବେ ବୃଦ୍ଧା ଜଣଙ୍କ ପୋଖରୀରୁ ଯାଇଥିବା ବେଳେ ଅସାବଧାନତା ବଶତଃ ସିଉଳିରେ ଗୋଡ ଖସିଯିବାରୁ ଅଘଟଣ ଘଟିଛି । ମୃତଦେହ ଦେଖି ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ।
