ମହାନଦୀରୁ ମିଳିଲା ୩ ଛାତ୍ରଙ୍କ ମୃତଦେହ, ଏବେବି ଜଣେ ନିଖୋଜ
କଟକ : ମହାନଦୀରେ ଗତ ଗୁରୁବାର ବୁଡି ଯାଇଥିବା ୪ ସ୍କୁଲ୍ ଛାତ୍ରଙ୍କ ମଧ୍ୟରୁ ୩ ମୃତ । ମୃତଦେହ ଉଦ୍ଧାର କରି କଟକ ଏସସିବିରେ ଭର୍ତ୍ତି କରିଥିଲେ ଉଦ୍ଧାରକାରୀ ଟିମ୍ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଖବର ଲେଖାହେବା ସୁଦ୍ଧା ଅନ୍ୟ ୩ ଜଣଙ୍କ ମୃତଦେହ ମିଳିଥିବାବେଳେ ଜଣଙ୍କ ମିଳୁନି ପତ୍ତା ।
ସୂଚନା ଯେ, ଏହି ୪ ଜଣ କଟକ ନୂଆବଜାର ପୋତାପୋଖରୀ ଅଞ୍ଚଳର । ଗୁରୁବାର ୨ ଟାରେ ସାଇକେଲ ନେଇ ଘରୁ ବାହାରକୁ ଆସିଥିଲେ । ମାତ୍ର ଘରକୁ ଫେରିବାରେ ବିଳମ୍ବ ଘଟିବାରୁ ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ । ପରେ ସେମାନେ ଗାଧୋଇବାକୁ ମହାନଦୀକୁ ଆସିଥିବା ଜାଣିବାକୁ ପାଇଥିଲେ । ମହାନଦୀ ଭଦିମୂଳା ଘାଟରେ ସେମାନଙ୍କ ସାଇକେଲ, ଜୋତା ଏବଂ ଡ୍ରେସ ପଡିଥିବା ଦେଖି ଦମକଳ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ବହୁ ସମୟ ଖୋଜାଖୋଜି ପରେ ଶୁକ୍ରବାର ସକାଳୁ ୩ ଜଣଙ୍କ ମୃତଦେହ ଉଦ୍ଧାର କରି ଥିବାବେଳେ ଏବେବି ଜଣେ ନିଖୋଜ ଅଛି । ଉଦ୍ଧାର କାର୍ଯ୍ୟରେ ଜାରି ରହିଛନ୍ତି ଟିମ୍ ।
