କେନାଲରେ ଭାସୁଛି ମୃତଦେହ, ପାଖରେ ପଡ଼ିଛି ବାଇକ୍
ଜଗତସିଂହପୁର : ଜଗତସିଂହପୁର ଜିଲା ବାଗସାହି କେନାଲରେ ଗୋଟିଏ ବାଇକ ସହ ଜଣେ ଯୁବକଙ୍କ ମୃତଦେହ ପଡିଥିବାର ଦେଖିବାକୁ ମିଳିଛି । ଶୁକ୍ରବାର ସକାଳେ କିଛି ଲୋକେ ବାଗସାହି କେନାଲରେ ବାଇକ ସହ ମୃତଦେହଟିକୁ ଦେଖିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଭିଡ ଜମିଥିଲା ।
ମୃତକ ଜଣଙ୍କ ହେଲେ ସ୍ଥାନୀୟ ପୁନଙ୍ଗ ଅଞ୍ଚଳର ସତ୍ୟଜିତ ଦାସ ବୋଲି ଜଣାପଡିଛି । ମାତ୍ର ସତ୍ୟଜିତ କିପରି କେନାଲରେ ପଡିଲେ ଓ ତାଙ୍କର ମୃତ୍ୟୁ ହେଲା ସେନେଇ ଜଣା ପଡ଼ିନାହିଁ । ତଦନ୍ତ ପରେ ହିଁ ମୃତ୍ୟୁର କାରଣ ସ୍ପଷ୍ଟ ହେବ । ବର୍ତ୍ତମାନ ସୁଦ୍ଧା ଘଟଣାସ୍ଥଳରେ ପୋଲିସ ପହଞ୍ଚି ନଥିବାର ଜଣା ଯଡିଛି ।
