ଚକ୍ଷୁ ଚିକିତ୍ସା ପାଇଁ ଭୁବନେଶ୍ୱର ଗଲେ ଦୃଷ୍ଟିହୀନ ବିଦ୍ୟାଳୟର ଛାତ୍ରଛାତ୍ରୀ
କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ପୌରାଂଚଳର ଅଯୋଧ୍ୟାନଗର ସ୍ଥିତ ପୌରସଂସ୍ଥା ପରିଚାଳିତ ଦୃଷ୍ଟିହୀନ ବିଦ୍ୟାଳୟର ୪ଜଣ ଛାତ୍ରଛାତ୍ରୀ ଚକ୍ଷୁ ଚିକିତ୍ସା ସହ ପାଠପଢାରେ ଆବଶ୍ୟକ ହେଉଥିବା ଅନ୍ୟାନ୍ୟ ଉପକରଣ ପାଇବା ପାଇଁ ଭୁବନେଶ୍ୱର ଯାତ୍ରା କରିଥିବା ଜଣାପଡିଛି । ଭୁବନେଶ୍ୱରର ଏଲଭି ପ୍ରସାଦ ଚକ୍ଷୁ ଚିକିତ୍ସାଳୟ ପକ୍ଷରୁ ପୂର୍ବରୁ ସେମାନଙ୍କର ଚକ୍ଷୁ ପରୀକ୍ଷା କରାଯାଇ ଥିଲା । ପାଠପଢାରେ ଆବଶ୍ୟକ ହେଉଥିବା ଚଷମା ଓ ଦୃଷ୍ଟିହୀନଙ୍କ ପାଇଁ ଉଦ୍ଦିଷ୍ଟ ପାଠପଢା ସାମଗ୍ରୀ ଆଦି ଚିକିତ୍ସାଳୟ ପକ୍ଷରୁ ସେମାନଙ୍କୁ ପ୍ରଦାନ କରାଯାଇଛି । ଏନେଇ ବୁଧବାର ସକାଳୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସଙ୍କ ନେତୃତ୍ୱରେ ରିଙ୍କି ମଲିକ, ଲିସାରାଣୀ ପଲେଇ, ମହମ୍ମଦ ତଫିକ, ଆନନ୍ଦ କୁମାର ନାଥ ପ୍ରମୁଖ ଛାତ୍ରଛାତ୍ରୀମାନେ ଯାଇଥିବାବେଳେ ସେମାନଙ୍କ ସହ ବିଦ୍ୟାଳୟ ଅଧ୍ୟକ୍ଷ ସ୍ୱପ୍ନାଂଶୁ କୁମାର ଦାସ , କିରଣବାଳା ଚୈାଧୁରୀ ପ୍ରମୁଖ ଯାତ୍ରା କରିଛନ୍ତି ।
