୨୦୨୪ ନିର୍ବାଚନରେ ବିଜେପି ଏକାକୀ ଲଢେଇ କରିବ : ଦେବେନ୍ଦ୍ର ଫଡନାଭିସ
ମୁମ୍ବାଇ : ଭାରତୀୟ ଜନତା ପାର୍ଟି ନେତା ଦେବେନ୍ଦ୍ର ଫଡନାଭିସ୍ ମହାରାଷ୍ଟ୍ରରେ ଶିବସେନା-ବିଜେପି ମେଣ୍ଟକୁ ନେଇ ବଡ ବୟାନ ରଖିଛନ୍ତି । ସେ କହିଛନ୍ତି ଯେ ଶିବସେନା ସହ ମିଳିତ ହୋଇ ତାଙ୍କ ଦଳ ପୂର୍ବରୁ ରାଜନୈତିକ ସମର୍ଥନ ଆଧାରକୁ ବିସ୍ତାର କରିପାରିନଥିଲା । ବର୍ତ୍ତମାନ ଶିବସେନା ବିଜେପି ସହ ସମ୍ପର୍କ ଛିନ୍ନ କରି କଂଗ୍ରେସ ଏବଂ ଏନସିପି ସହ ସରକାର ଗଠନ କରିଥିବାରୁ ରାଜ୍ୟରେ ବିଜେପି ପାଇଁ ସମର୍ଥନ ଆଧାର ବିସ୍ତାର କରିବାକୁ ଏକ ସୁବର୍ଣ୍ଣ ସୁଯୋଗ ରହିଛି ।
ବର୍ତ୍ତମାନ ତିନୋଟି ଦଳ କ୍ଷମତାରେ ଅଛନ୍ତି ଏବଂ ରାଜ୍ୟରେ ଏହାର ଆଧାର ବିସ୍ତାର କରିବାକୁ ବିଜେପି ପାଖରେ ସୁବର୍ଣ୍ଣ ସୁଯୋଗ ରହିଛି। ଆଉ ୨୦୨୪ରେ ହେବାକୁ ଥିବା ବିଧାନସଭା ନିର୍ବାଚନରେରେ ବିଜେପି ଏକାକୀ ଲଢେଇ କରିବ । ସୂଚନା ଥାଉ କି ଯେ ୧୯୮୦ ଦଶକରେ ପ୍ରଥମ ଥର ପାଇଁ ମହାରାଷ୍ଟ୍ରରେ ବିଜେପି ଏବଂ ଶିବସେନା ମଧ୍ୟରେ ମେଣ୍ଟ ହୋଇଥିଲା। ଏହା ପରେ ୨୦୧୪ ରେ କିଛି ଦିନ ପାଇଁ ମେଣ୍ଟ ଭାଙ୍ଗିଯାଇଥିଲା । ଉଭୟ ଦଳ ନିଜେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କଲେ । ୨୦୧୪ରେ ପୁଣି ଦୁହିଁଙ୍କ ମଧ୍ୟରେ ମେଣ୍ଟ ହୋଇଥିଲା ଏବଂ ଫଡନାଭିସଙ୍କ ନେତୃତ୍ୱରେ ମହାରାଷ୍ଟ୍ରରେ ସରକାର ଗଠନ କରିଥିଲେ। ୨୦୧୯ରେ ବିଧାନସଭା ନିର୍ବାଚନରେ ଉଭୟ ଦଳ ପୁନର୍ବାର ଜିତିଥିଲେ। କିନ୍ତୁ ଶିବସେନା କ୍ଷମତାକୁ ନେଇ କଂଗ୍ରେସ ଏବଂ ଏନସିପି ସହାୟତାରେ ସରକାର ଗଠନ କରିଥିଲା ।
