କେନ୍ଦ୍ର ସରକାରଙ୍କ ଚାଉଳ କାଟିବା ପ୍ରତିବାଦରେ ବିଜେଡି ପକ୍ଷରୁ ବ୍ଲକ ଘେରାଉ
ତିହିଡ଼ି : କେନ୍ଦ୍ର ସରକାର ଖାଉଟିମାନଙ୍କୁ ମୁଣ୍ଡପିଛା ୧୦ କିଗ୍ରା ଚାଉଳ ଦେଉଥିଲେ । ସେଥିମଧ୍ୟରୁ ୫କିଗ୍ରା ଚାଉଳ କେନ୍ଦ୍ର ସରକାର ଖାଉଟିମାନଙ୍କ ଠାରୁ କାଟି ଦେଇଛନ୍ତି । ଏହାର ପ୍ରତିବାଦ କରି ତିହିଡ଼ି ବ୍ଲକ ବିଜେଡି ପକ୍ଷରୁ ଗୁରୁବାର ପୂର୍ବାହ୍ନରେ ବ୍ଲକ ଘେରାଉ କରାଯାଇଥିଲା । ଏହି ଅବସରରେ ଜିଲା ବିଜେଡି ଉପସଭାପତି ସୁରେନ୍ଦ୍ର କୁମାର ନାୟକଙ୍କ ସଭାପତିତ୍ୱରେ ବ୍ଳକ ସମ୍ମୁଖରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ଚାନ୍ଦବାଲି ବିଧାୟକ ପ୍ରତିନିଧି ପ୍ରଶାନ୍ତ ବିଶ୍ୱାଳ, ପୂର୍ବତନ ବ୍ଲକ ଅଧ୍ୟକ୍ଷା ତଥା ଜିଲା ବଜେଡି ମହିଳା ସଭାନେତ୍ରୀ ସୁଶ୍ରୀ ବିଦ୍ୟୁତଲତା ନାୟକ, ବାସୁଦେବପୁର ବିଧାୟକ ପ୍ରତିନିଧି ବାପୁଜୀ ନାୟକ, ଯୁବ ବିଜେଡି ସଭାପତି ଛନ୍ଦା ଚରଣ ନାୟକ, ଧାମନଗର ନିର୍ବାଚନ ମଣ୍ଡଳୀ ଯୁବ ସଭାପତି ସୁଧନ୍ୱା ନାୟକ, ଜିଲାପରିଷଦ ସଭ୍ୟ ରୁଜାତା ପଣ୍ଡା, ସୁମତୀ ସେଠୀ, ଅମୂଲ୍ୟ ମାଝୀ, ସରପଞ୍ଚ ସୁପ୍ରଭା ପାଣି, ପୁଷ୍ପାଞ୍ଜଳି ଲେଙ୍କା, କୁନ୍ତଳା ମଳିକ, ତାପସ ବେହେରା, ସୁବାସିନୀ ଜେନା, କୈଳାସ ପରିଡ଼ା, ସମିତିସଭ୍ୟ ଜୟପ୍ରକାଶ ମଲ୍ଲିକ, ଧର୍ମାନନ୍ଦ ବେହେରା, ବରିଷ୍ଠ ବିଜେଡି ନେତା ଚିନ୍ତାମଣି ଦାସ, କମଳାକାନ୍ତ ଦାସ, ଶଶଧର ସାମଲ, ଆଦିତ୍ୟ ଜେନା, ଶରତ ଦାସ, କମଳାକାନ୍ତ ସ୍ୱାଇଁ, କୀର୍ତ୍ତନ ରାଉତ, ଗଣେଶ ବିଶ୍ୱାଳ, ଗଣେଶ ନାୟକ, ବିଷ୍ଣୁ ଚରଣ ଜେନା, କୈଳାସ ରାଉଳ, ଉମାକାନ୍ତ ସେଠୀ, ପ୍ରବୀର ନାୟକ, ପ୍ରଫୁଲ୍ଲ ଦାସ, ସୌମ୍ୟରଂଜନ ପରିଡ଼ା, ପଦ୍ମଲୋଚନ ପତି, ଅନିରୁଦ୍ଧ ବାରିକ, ପ୍ରଦୀପ ଦାସ, ମାନସ ସାହୁ, ଅରୁଣ ମହାନ୍ତି, ନିତ୍ୟାନନ୍ଦ ବେହେରା, ସୁଧାଂଶୁ ମଳିକ, ସୁରେନ୍ଦ୍ର ପ୍ରସାଦ ନାୟକ, ହେମନ୍ତ ମହାନ୍ତି, ଗୋକୁଳାନନ୍ଦ ମଳିକ, ରଘୁନାଥ ମଳିକ, ହରିଶ୍ଚନ୍ଦ୍ର ମିଶ୍ର, ଅମର ମଳିକ, ଦେବକୀ ଦାସ, ଆନନ୍ଦ ଚନ୍ଦ୍ର ପାଣିଗ୍ରାହୀ, ମାନସ ସାହୁ, ଦିଲୀପ ମଳିକ, ରଘୁନାଥ ମଳିକ ପ୍ରମୁଖଙ୍କ ସହିତ ବହୁ ବିଜେଡି ନେତା ଯୋଗ ଦେଇ କେନ୍ଦ୍ର ସରକାରଙ୍କ ଜନମାରଣ ନୀତିକୁ ପ୍ରତିବାଦ କରି ବକ୍ତବ୍ୟ ଦେଇଥିଲେ । ପ୍ରଥମେ ବିଜେଡି କାର୍ଯ୍ୟାଳୟରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ବ୍ଲକ ସମ୍ମୁଖରେ ପହଞ୍ଚଥିଲା ।
