ବିହାର ବିଶାକ୍ତ ମଦ ଘଟଣା, ମୃତ୍ୟୁ ସଂଖ୍ୟା ୨୦କୁ ବୃଦ୍ଧି
ପାଟନା: ବିହାରରେ ପୁଣି ଜୀବନ ନେଇଛି ବିଷାକ୍ତ ମଦ । ରାଜ୍ୟର ଛପରାରେ ବିଶାକ୍ତ ମଦ ପିଇ ୨୦ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ସଂଖ୍ୟା ଆହୁରି ବଢ଼ିବା ନେଇ ଆଶଙ୍କା ରହିଛି ।
ବିହାରରେ ମଦ ବନ୍ଦକୁ ନେଇ ନିୟମ ଥିବାବେଳେ ଏଭଳି ଘଟଣା ଘଟିବା ସଭିଙ୍କୁ ଚକିତ କରିଛି । ଏଠାରେ ଉଭୟ ମଦ କିଣିବା ଓ ବିକ୍ରି କରିବା ବେଆଇନ ହୋଇଥିବାବେଳେ ମଦ ପିଇଲେ ସଜାର ନିୟମ ରହିଛି ।
