‘ଭାରତର ବାସୋପଯୋଗୀ ରାଜଧାନୀ ସହର’ ମଧ୍ୟରେ ଭୁବନେଶ୍ୱର ଚତୁର୍ଥ
ଭୁବନେଶ୍ୱର: ବିଜ୍ଞାନ ଓ ପରିବେଶ କେନ୍ଦ୍ର ଭାରତର ବାସପୋଯୋଗୀ ସୂଚକାଙ୍କ ରିପୋର୍ଟ ଅନୁଯାୟୀ ‘ଭାରତର ବାସୋପଯୋଗୀ ରାଜଧାନୀ ସହର’ ମଧ୍ୟରେ ଭୁବନେଶ୍ୱର ଚତୁର୍ଥ ସ୍ଥାନ ପାଇଛି। ନାଗରିକ ଅନୁଭୂତି ସର୍ବେକ୍ଷଣରେ ଭୁବନେଶ୍ବର ସର୍ବାଧିକ ୯୪.୮ ପ୍ରତିଶତ ସ୍କୋର କରିଛି ଏବଂ ସହଜ ଜୀବନଧାରଣ ସୂଚକାଙ୍କରେ ଚତୁର୍ଥ ସ୍ଥାନ ହାସ କରିଛି।
Bhubaneswar secured 1st in the Citizen Perception survey with 94.8 score & also ranked 4th in ease of living index among the Capital Cities in India.
— BMC (@bmcbbsr) June 19, 2021
We shall strive for the best. pic.twitter.com/bhM17uz9Dh
ଏହା ଫଳରେ ଭୁବନେଶ୍ବରରେ ରହିବା ପାଇଁ ସବୁଠାରୁ ଅନୁକୂଳ ସ୍ଥାନ ଭାବେ ବିବେଚନା କରାଯାଇଛି। ଦେଶରେ ରହିବା ପାଇଁ ସବୁଠାରୁ ଅନୁକୂଳ ରାଜଧାନୀର ଶ୍ରେଷ୍ଠ ଦଶ ମଧ୍ୟରେ ଭୁବନେଶ୍ୱର ଚତୁର୍ଥ ସ୍ଥାନରେ ରହିଛି। ସେଣ୍ଟର ଫର୍ ସାଇନ୍ସ ଆଣ୍ଡ ଏନଭର୍ଣ୍ଣମେଣ୍ଟ(ସିଏସଇ) ପକ୍ଷରୁ କରାଯାଇଥିବା ସର୍ବେକ୍ଷଣ କରାଯାଇଥିବା ଏହି ତାଲିକାର ପ୍ରଥମ ସ୍ଥାନରେ ବେଙ୍ଗାଲୁରୁ ରହିଥିବାବେଳେ ଦ୍ୱିତୀୟ ସ୍ଥାନରେ ଚେନ୍ନାଇ, ତୃତୀୟ ସ୍ଥାନରେ ସିମଲା ରହିଥିବା ସୂଚନା ମିଳିଛି। ସେହିପରି ପଞ୍ଚମ ସ୍ଥାନରେ ମୁମ୍ବାଇ ରହିଥିବାବେଳେ, ଦିଲ୍ଲୀ ଷଷ୍ଠ, ଭୋପାଳ ସପ୍ତମ, ରାୟପୁର ଅଷ୍ଟମ, ଗାନ୍ଧିନଗର ନବମ ଓ ଜୟପୁର ଦଶମ ସ୍ଥାନରେ ରହିଛି । ଏହି ତାଲିକାରେ ଭୁବନେଶ୍ୱର ଚତୁର୍ଥ ସ୍ଥାନରେ ଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସନ୍ତୋଷ ପ୍ରକାଶ କରିଛନ୍ତି।
