ସ୍ୱତନ୍ତ୍ର ମୋବିଲାଇଜେସନ ଜରିଆରେ ଦେହଜୀବୀଙ୍କୁ ଟିକାକରଣ ପାଇଁ ବିଏମସିର ବ୍ୟବସ୍ଥା
ଭୁବନେଶ୍ୱର : ସ୍ୱତନ୍ତ୍ର ମୋବିଲାଇଜେସନ ଜରିଆରେ ବିଭିନ୍ନ ସମ୍ବେଦନଶୀଳ ଗୋଷ୍ଠୀଙ୍କୁ ଟିକାକରଣରେ ସାମିଲ କରିଛି ବିଏମସି । ଖାସ କରି ଭୁବନେଶ୍ବର ମାଳି ସାହିର ଦେହଜୀବୀଙ୍କ ପାଇଁ ସ୍ୱତନ୍ତ୍ର ଭାବେ ବ୍ୟବସ୍ଥା କରିଛି ବିଏମସି । ଟିକାକରଣରେ ଯେମିତି କୌଣସି ବ୍ୟକ୍ତି ବାଦ ନପଡନ୍ତି, ସେଥିପାଇଁ ଦିଆଯାଉଛି ଗୁରୁତ୍ୱ ।
ଆଗକୁ ଅନ୍ୟ ସମ୍ବେଦନଶୀଳ ଗୋଷ୍ଠୀଙ୍କୁ ଚିହ୍ନଟ କରି ସେମାନଙ୍କୁ ଟିକାକରଣ ଅଭିଯାନରେ ସାମିଲ କରାଯିବ । ଏଥିପାଇଁ ସମସ୍ତଙ୍କ ସହଯୋଗ ଲୋଡିଛନ୍ତି ବିଏମସି ଜୋନାଲ ଡେପୁଟି କମିଶନର । ଭୁବନେଶ୍ୱରରେ ଟିକାକରଣକୁ ବ୍ୟାପକ କରିବାକୁ ବିଏମସିର ଯୋଜନା । ଆସନ୍ତା ଜୁଲାଇ ୧୦ ତାରିଖ ସୁଦ୍ଧା ଟାର୍ଗେଟ୍ ହାସଲ କରିବାକୁ ରଖିଛି ଯୋଜନା । ଏଥିପାଇଁ ଟିକାକରଣକୁ ବ୍ୟାପକ କରୁଛି ଭୁବନେଶ୍ୱର ମହାନଗର ନିଗମ । ଏହି କ୍ରମରେ ଏବେ ଭୁବନେଶ୍ୱରର ଦେହଜୀବୀଙ୍କୁ ଟିକା ଦେବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରୁଛି ବିଏମସି ।
