୫ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା
କେନ୍ଦ୍ରାପଡ଼ା : ପର୍ଯ୍ୟଟକଙ୍କ ପାଇଁ ଖୁସିଖବର । ଦୀର୍ଘ ତିନି ମାସ ପରେ ଖୋଲିବ ଭିତରକନିକା। ଆସନ୍ତା ୫ ତାରିଖରୁ ଭିତରକନିକା ଜାତୀୟ ଉଦ୍ୟାନ ଖୋଲିବା ନେଇ କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ନିଷ୍ପତ୍ତି ନେଇଥିବା ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ, ରାଜ୍ୟରେ ଆଜିଠୁ ଆରମ୍ଭ ହୋଇଛି ଅନଲକ୍ ପର୍ଯ୍ୟାୟ । ଅନ୍ୟପଟେ ଦୀର୍ଘ ଦିନ ଧରି ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଗୁଡିକ ବନ୍ଦ ରହିବା ପରେ ବର୍ତ୍ତମାନ ଅନଲକ୍ ପର୍ଯ୍ୟାୟରେ ଧିରେ ଧିରେ ଖୋଲିବା ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ କୋଭିଡ୍ ନିୟମ ପାଳନ କରି ପର୍ଯ୍ୟଟକମାନେ ଭିତରକନିକା ଆସି ବୁଲାବୁଲି କରିପାରିବେ। ସେହିପରି ମାସ୍କ ନ ପିନ୍ଧିଲେ ଭିତରକୁ ପ୍ରବେଶ ଅନୁମତି ମିଳିବ ନାହିଁ । ଭିତରେ ସମସ୍ତେ ସାମାଜିକ ଦୂରତା ରକ୍ଷା କରିବେ । ବାରମ୍ବାର ହାତକୁ ସାନିଟାଇଜ୍ କରିବେ ପର୍ଯ୍ୟଟକ ଓ ଅଭୟାରଣ୍ୟ କର୍ମଚାରୀ । ମାତ୍ର ଭିତରକନିକା ଭିତରେ ରାତ୍ରିଯାପନ ପାଇଁ ଅନୁମତି ମିଳିବ ନାହିଁ।
