ପିସିସି ସଭାପତି ଦୌଡରୁ ନିଜକୁ ସାମିଲ ନ କରିବାକୁ ସ୍ପଷ୍ଟ କଲେ ଭକ୍ତ ଦାସ
କଳାହାଣ୍ଡି : ଓଡିଶା ପିସିସି ସଭାପତି ଦୌଡରେ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସଙ୍କ ନାଁର ଚର୍ଚ୍ଚା ମଧ୍ୟରେ ନିଜକୁ ସାମିଲ ନ କରିବାକୁ ସ୍ପଷ୍ଟ କଲେ ଖୋଦ୍ ଭକ୍ତ ଦାସ । ଗୁରୁବାର କଳାହାଣ୍ଡି ଭବାନୀପାଟଣାଠାରେ କଂଗ୍ରେସ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ପ୍ରତିନିଧି ପିସିସି ଦୌଡରେ ତାଙ୍କ ନାଁର ଚର୍ଚ୍ଚାକୁ ନେଇ ପ୍ରଶ୍ନ କରିଥିଲେ । ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେ ସେ ଏହି ଦୌଡରେ ନାହାନ୍ତି । ଏଆଇସିସି ଦେଇଥିବା ୨ ରାଜ୍ୟ ବିହାର ଓ ମିଜୋରାମର ଦାୟିତ୍ଵ ନିର୍ବାହର ଚ୍ୟାଲେଞ୍ଜ ପ୍ରାଧାନ୍ୟ ରହିବ । ହେଲେ ଓଡ଼ିଶାରେ କଂଗ୍ରେସ ସଂଗଠନ ସଜାଡିବାକୁ ନିଜ ଭୂମିକା ସବୁବେଳେ ଗୁରୁତ୍ବ ରହିବ ବୋଲି ପ୍ରକାଶ କରିଛନ୍ତି ।
