ଭଗବାନ ଚନ୍ଦ୍ର ସଂସ୍କୃତ ମହାବିଦ୍ୟାଳୟର ଏନଏସଏସ ଶିବିର
ଖନ୍ତାପଡ଼ା : ବାହାନଗା ବ୍ଲକ ଗୋପାଳପୁର ପଞ୍ଚାୟତ ଯାଗେଶ୍ୱରପଦାରେ ଥିବା ଭଗବାନ ଚନ୍ଦ୍ର ସଂସ୍କୃତ ମହାବିଦ୍ୟାଳୟରେ ଜାତୀୟ ସେବା ଶିବିର ଉଭୟ ବାଳକ ଓ ବାଳିକା ବର୍ଗର ଶିବିରାର୍ଥୀଙ୍କୁ ନେଇ ଉଦଯାପିତ ହୋଇଯାଇଛି । ଏହି ଅବସରରେ ବାଳକ ବର୍ଗର ପ୍ରୋଗ୍ରାମ ଅଫିସର ନିରଞନ ନାୟକ, ବାଳିକା ବର୍ଗର ଦେବସ୍ମିତା ନାଥ ୫୦ ଜଣ ଶିବିରାର୍ଥୀମାନଙ୍କୁ ନେଇ ଏଡ୍ସ, କୋଭିଡ-୧୯, ପରିବେଶ ସୁରକ୍ଷା, ନାରୀ ସଶକ୍ତିକରଣ ଆଦି ବାବଦରେ ସାଧାରଣ ଲୋକଙ୍କୁ ସଚେତନ କରାଇଥିଲେ । ଉଦଯାପନୀ ଦିବସରେ ଅଧ୍ୟକ୍ଷ ବିଜୟ କୁମାର ପାଢୀ ଛାତ୍ରଛାତ୍ରୀମାନଙ୍କୁ ସେବା କାର୍ଯ୍ୟର ଉପାଦେୟତା ବାବଦର ବହୁ ମୁଲ୍ୟବାନ ପରାମର୍ଶ ଦେଇଥିଲେ । ଅନ୍ୟ ଅଧ୍ୟାପକ ଦିବାକର ଦାଶ, କ୍ଷିରୋଦ ନାୟକ ପ୍ରମୁଖ ଯୋଗ ଦେଇ ଶିବିରାର୍ଥୀଙ୍କୁ ମୁଲ୍ୟବାନ ପରାମର୍ଶ ଦେଇଥିଲେ । ପରେ ଶିବିରାର୍ଥୀଙ୍କୁ ଜାତୀୟ ସେବା ଯୋଜନାରେ କାର୍ଯ୍ୟ କରିଥିବାରୁ ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା ।
