ଖଇରା ମହାବିଦ୍ୟାଳୟ ପ୍ରତିଷ୍ଠାତାଙ୍କ ୧୧ତମ ଶ୍ରାଦ୍ଧବାର୍ଷିକୀ
ଖଇରା : ଖଇରା ମହାବିଦ୍ୟାଳୟ ପ୍ରତିଷ୍ଠାର ଅନ୍ୟତମ ବିନ୍ଧାଣି ସ୍ୱାର୍ଗତ ନଗେନ୍ଦ୍ର ନାଥ ମହାନ୍ତିଙ୍କ ୧୧ତମ ପୂଣ୍ୟତିଥି ପ୍ରତିଭା ପରିବାର ଆନୁକୂଲ୍ୟରେ ଖଇରା ଦୁର୍ଗାମଣ୍ଡପ ଠାରେ ପାଳିତ ହୋଇ ଯାଇଛି । ସନାତନ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସ୍ମୃତିସଭାରେ ସମ୍ପାଦକ ଉମେଶ ଚନ୍ଦ୍ର ନାୟକ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ବୁଦ୍ଧିରାମ ପାଣିଗ୍ରାହୀ,ରାମଚନ୍ଦ୍ର ଦାସ,ଜଗତାନନ୍ଦ ମହାପାତ୍ର,ସନ୍ତୋଷ ପ୍ରଧାନ,ଦେବେନ୍ଦ୍ର ନାଥ ରାଉତ,ଶଶିକାନ୍ତ ଦାସ,ସରଗମ ସତ୍ୟବ୍ରତ ସାହୁ,ଡା ପ୍ରଭାକର ପଣ୍ଡା,ସଂକୀର୍ତ୍ତନ ପଣ୍ଡା ପ୍ରମୁଖ ବକ୍ତା ଭାବେ ଯୋଗ ଦେଇ କେବଳ ଖଇରା ମହାବିଦ୍ୟାଳୟ ନୁହେଁ ବାଲେଶ୍ୱରର ଫକୀର ମୋହନ ମେଡିକାଲ କଲେଜ ପ୍ରତିଷ୍ଠା ଏବଂ ରେ ମଧ୍ୟ ତାଙ୍କର ଯଥେଷ୍ଟ ଭୁମିକା ଥିବା ତଥା ହୋମିଓପାଥି ଡାକ୍ତର ଭାବେ ସୁନାମ ଥିବା ନେଇ ଅତିଥି ମାନେ ପ୍ରକାଶ କରିଥିଲେ । ଏହି ଅବସରରେ ୪ଜଣ ନିରାସ୍ରୟଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା । ଜଗତନାଥ ମହାନ୍ତି ଓ ବିମନ କୁମାର ବାରିକ ପରିଚାଳନାରେ ସହଯୋଗ କରିଥିଲେ ।
