ବାଲେଶ୍ୱର : ଦୀଘାରେ ଭାସିଗଲେ ବଙ୍ଗୀୟ ପର୍ଯ୍ୟଟକ
ବାଲେଶ୍ୱର : ଦୀଘା ସମୁଦ୍ରରେ ପୁଣି ଅଘଟଣ । ନିଷେଧାଜ୍ଞା ଅମାନ୍ୟ କରି ଜଣେ ବଙ୍ଗୀୟ ପର୍ଯ୍ୟଟକ ସୋମବାର ଅପରାହ୍ନରେ ଓଲ୍ଡ ଦୀଘା ସମୁଦ୍ରକୂଳ ଜୁଆର ପାଣିରେ ସାଥୀଙ୍କ ସହିତ ଖେଳୁଥିବା ବେଳେ ଜୁଆର ସ୍ରୋତରେ ଭାସିଯାଇ ନିଖୋଜ ହୋଇଛନ୍ତି । ନିଖୋଜ ପର୍ଯ୍ୟଟକଙ୍କ ଘର ପଶ୍ଚିମବଙ୍ଗ ହାଓଡ଼ା ଅଞ୍ଚଳର ସୈକତ ଦତ୍ତ (୧୬) ବୋଲି ଜଣାପଡ଼ିଛି ।
ସୂଚନା ଯେ, ସୈକତ ଚଳିତବର୍ଷ ମାଧ୍ୟମିକ ପାସ୍ କରି ଏକାଦଶ ଶ୍ରେଣୀର ଭର୍ତ୍ତି ହୋଇଛନ୍ତି । ୧୦ରୁ ୧୨ଜଣ ବନ୍ଧୁଙ୍କ ସହିତ ଦୀଘା ବୁଲିବାକୁ ଆସି ସମୁଦକୂଳରେ ଖେଳୁଥିଲେ । ସମୁଦ୍ରର ଉତ୍ତାଳ ଢ଼େଉରେ ଏହି ଛାତ୍ରକୁ ସମୁଦ୍ର ଗର୍ଭକୁ ଟାଣି ନେଇଛି । ନଳିଆ ଓ ମେରାଇନ୍ ପୋଲିସ ନିଖୋଜ ଥିବା ଛାତ୍ରଙ୍କୁ ସମୁଦ୍ରକୂଳରେ ତଲାସୀ କରିଥିଲେ ମଧ୍ୟ ତାର ପତ୍ତା ମିଳି ନାହିଁ । ସୂଚନା ଯେ ଗତକାଲି ସମୁଦ୍ରରେ ଭାସି ଯାଇ ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା ।
