ସେକ୍ସ କରିବାର ୪୮ ଘଣ୍ଟା ପର୍ଯ୍ୟନ୍ତ ଶରୀରକୁ ମିଳିଥାଏ ଏହି ସବୁ ଫାଇଦା : ରିପୋର୍ଟ
ନୂଆଦିଲ୍ଲୀ: ଦୈହିକ ମିଳନ ବା ସେକ୍ସକୁ ନେଇ ଅନେକ ସମୟରେ ଅନେକ ପ୍ରକାର ପ୍ରଶ୍ନ ମନରେ ସୃଷ୍ଟି ହୋଇଥାଏ। ଅନେକ ନକରାତ୍ମକ ଓ ସକରାତ୍ମକ ପ୍ରଶ୍ନ ସମସ୍ତଙ୍କ ମନରେ ସୃଷ୍ଟି ହୋଇଥାଏ। ତେବେ ଏହି ପ୍ରଶ୍ନ ଗୁଡ଼ିକ ମଧ୍ୟରେ ସାଧାରଣତଃ ସେକ୍ସ କରିବା ଦ୍ୱାରା ଆପଣଙ୍କ ମୁଁହ ଚମକ ଆସିଥାଏ କି । ଏହି ପ୍ରଶ୍ନ ଆପଣ ଅନେକ ବାର ଶୁଣିଥିବେ ଏପରିକି ଶୁଣିଲା ପରେ ମଧ୍ୟ ଆପଣ ଏହାକୁ ଅଣଦେଖା କରିଦେଇଥାଇ ପାରନ୍ତି। କିନ୍ତୁ ଏହା ଉପରେ ଏକ ଗବେଷଣାରୁ ଚାଞ୍ଚଲ୍ୟ କରିବା ଭଳି ରିପୋର୍ଟ ସାମ୍ନାକୁ ଆସିଛି। ଏହି ଗବେଷଣା ସାଇକୋଲଜିକାଲ ସାଇନ୍ସରେ ଲେଖାଯାଇଛି। ବୈଜ୍ଞାନିକମାନେ କହିଛନ୍ତି କି ଆପଣଙ୍କ ସାଥୀଙ୍କ ସହିତ ସେକ୍ସ କରିବା ସମୟରେ ଅକ୍ସିଟସିନ ହରମୋନ ନିର୍ଗତ ହୋଇଥାଏ। ଏହାର ପ୍ରଭାବ ଆପଣଙ୍କ ଶରୀରେ ପଡ଼ିଥାଏ। ଏପରିକି ଏହା ବହୁ ପରିମାଣରେ ଲାଭଦାୟକ ହୋଇଥାଏ। ତେବେ ଏହା ଉପରେ ଗବେଷଣା କରିବା ଦ୍ୱାରା ଇଣ୍ଟ୍ରେଷ୍ଟିଂ ତଥ୍ୟ ସାମ୍ନାକୁ ଆସିଥିଲା।
ବୈଜ୍ଞାନିକ ଆଣ୍ଡ୍ରି ମେଲ୍ଟଜିରାଣ୍ଡ ନିଜର ଟିମ ସହିତ ମିଶି ଏହା ଉପରେ ଗବେଷଣା କରିଥିଲେ। ଏହି ଗବେଷଣା ପାଇଁ ନବବିବାହିତଙ୍କୁ ନେଇ ଦୁଇଟି ଗ୍ରୁପ ଗଠନ କରାଯାଇଥିଲା। ପ୍ରଥମ ଗ୍ରୁପରେ ୯୬ଟି ଯୋଡ଼ି ସାମିଲ ହୋଇଥିବା ବେଳେ ଦ୍ୱିତୀୟ ଗ୍ରୁପରେ ପ୍ରାୟ ୧୧୫ଟି ଯୋଡ଼ି ରହିଥିଲେ। ସେମାନଙ୍କୁ ସେମାନଙ୍କ ସେକ୍ସୁଆଲିଟି ଆକ୍ଟିଭିଟି ବା ଯୌନ କାର୍ଯ୍ୟକଳାପ ଅନୁଧ୍ୟାନ କରିବାକୁ କୁହାଯାଇଥିଲା। ଆଭରେଜ କପଲ ୧୪ ଦିନରେ ୪ ଥର ସେକ୍ସ କରୁଥିବା ଜଣାପଡ଼ିଥିଲା। ତେବେ ଏହି ଗବେଷଣାର ଫଳାଫଳ ଅନୁଯାୟୀ ବିବାହିତଙ୍କ ବୟସ, ସେକ୍ସର ଫ୍ରିକ୍ୱେନ୍ସି, ସେକ୍ସୁଆଲ ଆତ୍ମସନ୍ତୋଷ ଦୁଇ ଦିନ ପର୍ଯ୍ୟନ୍ତ ରହୁଥିବା ଜଣାପଡ଼ିଥିଲା। ଏଥିରେ ମୁଁହରେ ଚମକ ଆସିଥାଏ।
ସେକ୍ସ ପରେ ଚମକକୁ ନେଇ ବୈଜ୍ଞାନିକମାନେ ଆହୁରି ମଧ୍ୟ ଅନେକ ଫାଇଦା ହେଉଥିବା ନେଇ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ଯେଉଁମାନଙ୍କର ଆଫଟର ଗ୍ଲୋ ଭଲ ରହିଥିଲା ସେମାନେ ସେମାନଙ୍କର ସମ୍ପର୍କକୁ ନେଇ ବେଶ ଖୁସି ରହିଥିଲେ। ଗବେଷଣା ବ୍ୟତୀତ ଅନ୍ୟ ପ୍ରମୁଖ ପୁସ୍ତକରେ ମଧ୍ୟ ଉଲ୍ଲେଖ ରହିଛି। ସେକ୍ସ ସମୟରେ ବ୍ଲଡ଼ ସର୍କୁଲେସନ ମଧ୍ୟ ବୃଦ୍ଧି ପାଇଥାଏ। ଏଥିରେ ବ୍ଲଡ଼ ଓ୍ୱେସଲ୍ସ ସୃଷ୍ଟି ହୋଇଥାଏ। ମୁଁହରେ ଚମକ ଆସିବାର ଏହା ମଧ୍ୟ ଏକ କାରଣ ହୋଇଥାଏ। ଏକାଧିକ ଏକ୍ସପର୍ଟ ଶରୀରର ଓଜନ କମାଇବା ପାଇଁ ସେକ୍ସ ଏକ ପ୍ରମୁଖ ବ୍ୟାୟାମ ଭାବେ ପରିଗଣିତ କରିଥାନ୍ତି।
