ସ୍ୱାସ୍ଥ୍ୟ ପାଇଁ ଶିମ୍ବ
ଶିମ୍ବ ଓ ତାର ମଞ୍ଜିର ସ୍ନାକ୍ସ ଖାଇବାକୁ ଅନେକ ଲୋକ ଭଲପାଆନ୍ତି । ଏଥିରେ ଭିଟାମିନ୍ ଏ, ସି ଓ ଫାଇବର ରହିଛି । ଶିମ୍ବ ଏପରି ଏକ ପରିବା ଯେଉଁଥିରେ ନଅ ପ୍ରକାରର ଆମିନୋ ଏସିଡ୍ ରହିଥାଏ । ଏହା ମୋଟାପଣ ଦୂର କରିବାରେ ସହାୟକ ହୋଇଥାଏ । ଶିମ୍ବ ଶୀତଳ ଭଣ୍ଡାର ଓ ଖୋଲା ବଜାରରେ ମିଳିଥାଏ । ଏହାକୁ ଆମେ ପ୍ୟାକିଙ୍ଗ୍ରେ ମଧ୍ୟ ପାଇପାରିବା ।
ଶିମ୍ବରେ ଥିବା ପୋଷକ ତତ୍ତ୍ୱ:
- ଅଧା କପ୍ ଶିମ୍ବ ମଞ୍ଜିରୁ ଆମେ ୧୨୦ କ୍ୟାଲୋରୀ, ୯ ଗ୍ରାମ୍ ଫାଇବର୍, ୨.୫ ଗ୍ରାମ ଫ୍ୟାଟ୍, ୧୧ ଗ୍ରାମ ପ୍ରୋଟିନ୍, ୧୩ ଗ୍ରାମ କାର୍ବୋହାଇଡ୍ରେଟ୍ ପାଇଥାଉ ।
- ଗୋଟିଏ ଛୋଟ ଶିମ୍ବ ମଞ୍ଜିରେ ୯ ଗ୍ରାମ୍ ଫାଇବର ରହିଛି, ଯାହାକି ଗୋଟିଏ ରୁଟିର ପ୍ରୋଟିନ୍ ସହିତ ସମାନ । ଏଥିରେ କୋଲେଷ୍ଟେରୋଲ୍ ନଥିବା ବେଳେ କାର୍ବୋହାଇଡ୍ରେଟ୍ ଓ ଫ୍ୟାଟ୍ର ପରିମାଣ କମ୍ ମାତ୍ରାରେ ରହିଛି । ଶିମ୍ବ କ୍ୟାନ୍ସରକୁ ରୋକିଥାଏ ଓ ମୋଟାପଣ ଦୂର କରିବାରେ ସହାୟକ ହୁଏ ।
ସ୍ୱାସ୍ଥ୍ୟ ଉପକାରୀ ଶିମ୍ବ :
- ଶିମ୍ବରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଶରୀରକୁ ରୋଗ ପ୍ରତିରୋଧକ ଶକ୍ତି ପ୍ରଦାନ କରିଥାଏ ।
- ଏହା ‘ଆଏସୋଫ୍ଲାଭେନସ୍’ ରେ ଭରପୁର । ତେଣୁ ସ୍ତନ କର୍କଟ ପାଇଁ ଏହା ପ୍ରକୃଷ୍ଟ ଖାଦ୍ୟ ବୋଲି ବିଶ୍ୱାସ କରାଯାଏ ।
- ଏହାକୁ ଖାଇଲେ ଋତୁସ୍ରାବର ସମସ୍ୟା ଦୂର ହୋଇଥାଏ ।
- ଶିମ୍ବରେ ଭିଟାମିନ୍ ‘କେ’ ପ୍ରଚୁର ମାତ୍ରାରେ ରହିଛି । ଯାହାକି ରକ୍ତ ଜମାଟ, ଅଷ୍ଟିଓପୋରୋସିସ୍ ବା ଅସ୍ଥି ସମସ୍ୟା ଦୂର କରିବାରେ ସହାୟକ ହୋଇଥାଏ ।
- ଏଥିରେ ଭିଟାମିନ୍ ବି ଓ ସି ଛଡା ଭିଟାମିନ୍ ଇ ଓ ଫୋଲିକ୍ ଏସିଡ୍ ମଧ୍ୟ ମହଜୁଦ ରହିଛି । ବୈଜ୍ଞାନିକ ମାନଙ୍କ ମତରେ ଏଥିରେ ସୋୟା ଆଣ୍ଟିଅକ୍ସିଡାଣ୍ଟ ରହିଛି ଯାହାକୁ ‘ଡାଇଡ୍ଜେନ୍’ ବୋଲି କୁହାଯାଉଛି । ଏହି ଆଣ୍ଟିଅକ୍ସଡାଣ୍ଟରେ ଥିବା ପ୍ରୋଟିନ୍ ଶରୀରକୁ ଦୀର୍ଘାୟୁ କରିଥାଏ । ଏହା ଛଡା ଶିମ୍ବ ଆଜ୍ମା, ଥଣ୍ଡା ଓ କଫ ଦୂର କରିଥାଏ ।
- ମୋଟା କରାଉଥିବା ସ୍ନାକ୍ସ ବିକଳ୍ପରେ ଆମେ ଶିମ୍ବ ମଞ୍ଜିର ସ୍ନାକ୍ସ ଖାଇପାରିବା । ଶିମ୍ବ ମୋଟାପଣ ଦୂର କରିବା ସହିତ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରି ସ୍ୱାସ୍ଥ୍ୟ ସମସ୍ୟା ଦୂର କରିଥାଏ ।
(ବି:ଦ୍ର: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ସମ୍ପୂର୍ଣ୍ଣ ସତ୍ୟ ଏବଂ ସଠିକ୍ ବୋଲି ଦାବି କରୁନାହୁଁ। ଗ୍ରହଣ କରିବା ପୂର୍ବରୁ ଦୟାକରି ସମ୍ପୃକ୍ତ କ୍ଷେତ୍ରର ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ। )
ବନ୍ଧୁଗଣ ଆମେ ଆଶା କରୁଛୁ କି ଏହି ଲେଖାଟି ଆପଣଙ୍କୁ ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜକୁ ଲାଇକ ଏବଂ ଫଲୋ ସହ କମେଣ୍ଟ କରନ୍ତୁ । ଧନ୍ୟବାଦ !!!
