ବସ୍ତା ବିଧାୟକଙ୍କୁ ହତ୍ୟା ଧମକ ! ଏସ୍ପିଙ୍କ ନିକଟରେ ଅଭିଯୋଗ
ବସ୍ତା : ଆଶ୍ଚର୍ଯ୍ୟ ଜନକ ଭାବେ ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁଙ୍କୁ କେହି ଦୁର୍ବୃତ୍ତ ହତ୍ୟା ଧମକ ଦେବା ନେଇ ଆଲୋଡନ ସୃଷ୍ଟି ହୋଇଛି।ସୁପାରୀ କିଲର ସମେତ ୩ଜଣ କାରରେ ଆସି ତାଙ୍କୁ ହତ୍ୟା କରିବେ ବୋଲି ଫୋନ( ନଂ. ୮୦୯୩୮୯୯୦୮୮)ରେ ଧମକ ଦେବା ସହ ଟଙ୍କା ଦେବାକୁ କହିଥିଲେ। ଏ ସଂକ୍ରାନ୍ତରେ ବିଧାୟକ ଏସପି ସୁଧାଂଶୁ ମିଶ୍ରଙ୍କୁ ସୂଚନା ଦେବା ସହ ଅଭିଯୋଗ କରିଥିଲେ।
ଏସପି ତୁରନ୍ତ ଏ ବାବଦରେ ତଦନ୍ତ କରି ଯାଜପୁରରେ ସେହି ଦୁର୍ବୃତ୍ତ ଙ୍କୁ ଧରି ପଚାରା ଉଚାରା ଚଳାଇଛନ୍ତି।ଅନୁରୂପ ଭାବେ ଉପବାଚସ୍ପତି ରଜନୀକାନ୍ତ ସିଂହ ଙ୍କୁ ମଧ୍ୟ ଧମକ ମିଳିଥିବା ସୂଚନା ମିଳିଛି।
