ଓଡଙ୍ଗୀରେ ‘ଅହିଂସା ରଥ’କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା
ବାଲେଶ୍ୱର : ସ୍ବାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଅହିଂସା ରଥ’ର ଶୁଭାରମ୍ଭ କରିଥିବା ବେଳେ ଆଜି ବାଲେଶ୍ବର ସଦର ନିର୍ବାଚନ ମଣ୍ଡଳୀର ଓଡଙ୍ଗୀ ପଞ୍ଚାୟତରେ ରଥକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।ଶତାଧିକ ଜନସାଧାରଣ,ଛାତ୍ରଛାତ୍ରୀ,ଯୁବ ବନ୍ଧୁ, ଏସ୍.ଏସ୍.ଜି ମା ମାନଙ୍କ ଦ୍ବାରା ଅହିଂସା ରଥକୁ ଖୁବ ଆଡମ୍ବର ସହକାରରେ ସ୍ବାଗତ କରାଯାଇଥିଲା।ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ମହାତ୍ମାଙ୍କ ବାର୍ତ୍ତା ସହ ବହୁ ସ୍ବାଧୀନତା ସଂଗ୍ରାମୀଙ୍କ ମହାନ୍ ଅବଦାନ ସମ୍ପର୍କରେ ସୂଚନା ଦେଉଥିବା ଏହି ରଥ ସମସ୍ତ ଜିଲା ପରିକ୍ରମା କରୁଛି।ଦାରିଦ୍ର୍ୟ ଓ ସାମାଜିକ ଅବିଚାର ସବୁଠାରୁ ବଡ଼ ହିଂସା,ଯେ ପର୍ଯ୍ୟନ୍ତ ଦାରିଦ୍ର୍ୟ ରହିଥିବ,ସେ ପର୍ଯ୍ୟନ୍ତ ସ୍ବାଧୀନତାର ମୂଲ୍ୟ ଅର୍ଥହୀନ। ଦାରିଦ୍ର୍ୟ ଦୂରୀକରଣ ଯେ କୌଣସି ଧସରକାର ଲାଗି ସବୁଠାରୁ ବଡ଼ ଆହ୍ବାନ,ଅହିଂସା ବିନା ଏହା ହାସଲ କରାଯାଇ ପାରିବ ନାହିଁ।ପ୍ରଗତି ପାଇଁ ଶାନ୍ତି ଅପରିହାର୍ଯ୍ୟ।
ଗାନ୍ଧିଜୀ ଓ ଓଡ଼ିଶା ଶୀର୍ଷକ ଚଳଚ୍ଚିତ୍ର ଏବଂ ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ‘ଅହିଂସା ରଥ’ ମାଧ୍ୟମରେ ପ୍ରଚାରିତ ହେବା ଦ୍ବାରା ମୁଖ୍ୟତଃ ଛାତ୍ରଛାତ୍ରୀ ମାନେ ଅନେକ ମହତ୍ତ୍ୱପୂର୍ଣ୍ଣ କଥା ଜାଣିପାରୁଛନ୍ତି। ଏହାଛଡ଼ାସରକାରଙ୍କ ତରଫରୁ ପ୍ରସ୍ତୁତ ହୋଇଥିବା ଉତ୍କଳମଣି ଗୋପବନ୍ଧୁ ଦାସ, ଶହୀଦ ଲକ୍ଷ୍ମଣ ନାୟକ, ସ୍ବାଧୀନତା ସଂଗ୍ରାମୀ ରଘୁ ଦିବାକର, ଦେଶର ସର୍ବକନିଷ୍ଠ ଶହୀଦ ବାଜି ରାଉତଙ୍କ ଜୀବନାଦର୍ଶ ସମ୍ପର୍କିତ ପ୍ରମାଣିକ ଚଳଚ୍ଚିତ୍ର ଅହିଂସା ରଥର ଭିଡିଓ ୱାଲ୍ରେ ପ୍ରଦର୍ଶିତ ହୋଇଛି। ଏହା ମାଧ୍ୟମରେ ଜନସାଧାରଣ ସ୍ବାଧୀନତା ସଂଗ୍ରାମରେ ଏହି ବରପୁତ୍ରମାନଙ୍କ ଅବଦାନ ସମ୍ପର୍କରେ ଅବଗତ ହୋଇପାରୁଛନ୍ତି।ଏହି ଅବସରରେ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ମହିର କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାଧାରଣ ସଭାରେ ରେମୁଣାର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୁଧାଂଶୁ ଶେଖର ପରିଡା,ଜିଲ୍ଲା ପରିଷଦ ସଭାପତି ଶ୍ରୀଯୁକ୍ତ ନାରାୟଣ ପ୍ରଧାନ,ସଦର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସୁନିତା ବେହେରା,ସଦର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ନରେନ୍ଦ୍ର ଖମାରୀ,ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଶୋକ କୁମାର ଦାସ,୨୮ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ସଂଜୟ ସେଠୀ,୨୬ ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ସୋନାଲି ବିଶ୍ବାଳ,ଓଡଙ୍ଗୀ ପଞ୍ଚାୟତର ସମିତିସଭ୍ୟା ଶ୍ରୀମତୀ ଆରତୀ ଦଳେଇ,ବାଘାଯତୀନ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଜୟନ୍ତ କୁମାର ବିଶ୍ବାଳଙ୍କ ସହ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ଏଭଳି ମହତ୍ ପ୍ରୟାସକୁ ସାଧୁବାଦ ଜଣାଇଥିଲୁ।
