ଉପନ୍ୟାସ ‘ବର୍ଯ୍ୟ ମଣିଷର ପୃଥିବୀ’ ଲୋକାର୍ପିତ
ବାଲେଶ୍ୱର : ବାଲେଶ୍ୱର ସହର ଶାନ୍ତିକାନନ ଠାରେ ଫକୀରମୋହନ ସାହିତ୍ୟ ପରିଷଦର ଉପ-ସଭାପତି ତଥା କଥାକାର ପ୍ରଦୀପ ଚାଟ୍ଟାର୍ଜୀଙ୍କର ଉପନ୍ୟାସ ‘ବର୍ଯ୍ୟ ମଣିଷର ପୃଥିବୀ’ ଲୋକାର୍ପିତ ହୋଇଛି ।
ଅନ୍ୟତମ ଉପ-ସଭାପତି ଦୀନବନ୍ଧୁ ଲେଙ୍କାଙ୍କ ପୌରୋହିତ୍ୟରେ ଆୟୋଜିତ ଉତ୍ସବରେ ବରିଷ୍ଠ ସାରସ୍ୱତ ସାଧକ ଡ. ପ୍ରହ୍ଲାଦ ଚରଣ ମହାନ୍ତି ପୁସ୍ତକଟିକୁ ଉନ୍ମୋଚନ କରିବା ସହିତ ଲେଖକଙ୍କ ସାରସ୍ୱତ ଜୀବନର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ । ଆଲୋଚକ ଭାବେ ଫକୀରମୋହନ ସାହିତ୍ୟ ପରିଷଦର ପ୍ରାକ୍ତନ ସଭାପତି ଡ. ଶିରୀଶ ଚନ୍ଦ୍ର ଜେନା, ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ବିଭାଗମୁଖ୍ୟ ଡ. ସନ୍ତୋଷ କୁମାର ନାୟକ, କବି ଆର୍ଯ୍ୟବର୍ତ୍ତ ଦାସ ଯୋଗଦେଇ ଉପନ୍ୟାସଟିର ବିଭିନ୍ନ ଦିଗ ଉପରେ ଆଲୋଚନା କରିବା ସହିତ ପୁସ୍ତକଟିର ନାମକରଣର ଯଥାର୍ଥତା ପ୍ରତିପାଦନ କରିଥିଲେ । ‘ବର୍ଜ୍ୟ’ ଶବ୍ଦର ଅର୍ଥ ପରିତାଜ୍ୟ ହୋଇଥିବା ବେଳେ ‘ବର୍ଯ୍ୟ’ ଶବ୍ଦର ଅର୍ଥ ହେଉଛି ଶ୍ରେଷ୍ଠ । ପୃଥିବୀର ଶ୍ରେଷ୍ଠ ମଣିଷଙ୍କର ସାମାଜିକ ଅବଦାନକୁ ଉପଜୀବ୍ୟ କରି ଉପନ୍ୟାସଟି ଗତିଶୀଳ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ସାଧାରଣ ସମ୍ପାଦକ ଦୀପକ ବୋଷ ପ୍ରାକ୍ ବକ୍ତବ୍ୟ ରଖିଥିଲେ । ଯୁଗ୍ମ ସମ୍ପାଦକ ଡ. ସାରଙ୍ଗଧର ତ୍ରିପାଠୀ ଅତିଥିମାନଙ୍କୁ ମଞ୍ଚ ଆବାହନ କରିଥିବାବେଳେ ଅନ୍ୟତମ ଯୁଗ୍ମ ସମ୍ପାଦକ କଲ୍ୟାଣୀ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅରୁଣା ରାୟ, ଡ. ନିବେଦିତା ମହାନ୍ତି, ନିବାରଣ ଜେନା, ତପନ ରାୟ, ଯଶୋଧାରା ଦାସ, ଜ୍ୟୋତ୍ସ୍ନା ରାୟ, ପ୍ରତିମା ପଣ୍ଡା, ଅନ୍ତର୍ଯ୍ୟାମୀ ପ୍ରଧାନ, ଡ. ରତ୍ନାକର ସିଂହ, ସୁଧୀରଂଜନ ବିଶ୍ୱାଳ, ଶରତ ମହାପାତ୍ର, କୃଷ୍ଣା ପ୍ରଧାନ, ତୃପ୍ତିରାଣୀ ପାତ୍ର, ଦେବାଶିଷ ସିଂହ, ରଶ୍ମିତା ମହାପାତ୍ର, ଦେବସ୍ମିତା ସାହୁ, ବିଦ୍ୟାଧର ସାହୁ, ସଂଜୟ ପଣ୍ଡା, ବେଣୁଧର ସାହୁ, ଉର୍ମିଳା ନାୟକ, ବାସନ୍ତୀ ଦେ, ବାସନ୍ତୀ କର, ପୁଷ୍ପଲତା ଚକ୍ରବର୍ତ୍ତୀ, ଅବନ୍ତୀ ପ୍ରଧାନ, ମହେନ୍ଦ୍ର ପ୍ରସାଦ ପାଣିଗ୍ରାହୀ, ଦିଲ୍ଲୀପ ଚକ୍ରବର୍ତ୍ତୀ, କାର୍ତ୍ତିକ ଚନ୍ଦ୍ର ଦାସ, ପୀତାମ୍ବର ଦାସ, ଡ. ଲକ୍ଷ୍ମଣ ବିଶ୍ୱାଳ, ଡ. ଅଭିମନ୍ୟୁ କାନୁନ୍ଗୋ, ମନ୍ମଥ କୁମାର ସାହୁ, ପ୍ରଭାକର ସାହୁ, ରମାକାନ୍ତ ମହାନ୍ତି, ଲମ୍ବୋଦର ନାୟକ, ତାନଶ୍ରୀ ପାଣିଗ୍ରାହୀ, ପଦ୍ମଲୋଚନ ଦତ୍ତ, ମନୋରଞ୍ଜନ ନାୟକ, ଦୀପକ କୁମାର ଦାସ, ଶାନ୍ତିଲତା ପଣ୍ଡା ପ୍ରମୁଖ ବହୁ ସାହିତ୍ୟିକ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।
