ବାରିପଦା ଜିଲ୍ଲାସ୍ତରୀୟ କୁମ୍ଭାର ସମାଜ ସଭା ଅନୁଷ୍ଠିତ
ମୟୂରଭଞ୍ଜ : କୁମ୍ଭାର ଉନ୍ନୟନ ପରିଷଦର ସଭାପତି ଭୀମଚରଣ ରାମଙ୍କ ପୌରହିତରେ ବାରିପଦାସ୍ଥିତ ରୋଟାରୀ କ୍ଲବ୍ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ କୁମ୍ଭାର ସମାଜ ସଭା ଅନୁଷ୍ଠିତ ହୋଇଯାଇଛି । ଅତିଥିଭାବେ ରାଇରଙ୍ଗପୁର କୁମ୍ଭାର ସମାଜର ବରିଷ୍ଠ ସଦସ୍ୟ ବାସୁଦେବ ବେହେରା ଓ ଯୁବ ସଦସ୍ୟା ଦ୍ରୌପଦୀ ବେହେରା, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବିଭୂତି ଭୂଷଣ ବେହେରା, ମୋରଡା କୁମ୍ଭାର ସମାଜର ସଦସ୍ୟ ଶଶାଙ୍କ ଶେଖର ବେହେରା ଓ ଅଶୋକ ବେହେରା ପ୍ରମୂଖ ଯୋଗଦେଇ କୁମ୍ଭାର ସମାଜର ପରସ୍ପର ଭାଇଚାରା ଓ ଭାତୃଭାବ ସୃଷ୍ଟି କରି ପରସ୍ପର ମଧ୍ୟରେ ସହଯୋଗ ମନୋଭାବ ସୃଷ୍ଟି କରିବା ଆବଶ୍ୟକ ବୋଲି ସମସ୍ତେ ମତପୋଷଣ କରିଥିଲେ । ଚଳିତ ମାସ ଅକ୍ଟୋବର ୧୬ ତାରିଖରେ ଯାଜପୁର ଜିଲ୍ଲାରେ ହେବାକୁ ଥିବା ରାଜ୍ୟସ୍ତରରେ ସଭାରେ ଯୋଗ ଦେବା ପାଇଁ ସମସ୍ତ ସଭ୍ୟମାନଙ୍କୁ କହିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସଞ୍ଜୟ ରାମ, ଜଗତ ଜୀବନ ରାମ, ଗଣେଶ ରାମ, ବିନୋଦ ରାମ, ପରେଶ ଚନ୍ଦ୍ର ପାତ୍ର, ସୁରେଶ ଚନ୍ଦ୍ର ପାତ୍ର ପ୍ରମୂଖ ସହଯୋଗ କରିଥିଲେ । ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ ଦୀପକ ରାମ କରିଥିଲେ ।
