ବାରବାଟୀ ଟି-୨୦: ଟସ୍ ଜିତି ଦକ୍ଷିଣ ଆଫ୍ରିକାର ବାେଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ଭାରତ
କଟକ : କଟକର ବାରବାଟୀ ଷ୍ଟାଡିୟମ୍ରେ ରବିବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମଧ୍ୟରେ ଟି-୨୦ ମ୍ୟାଚ୍ ଖେଳାଯାଉଛି। ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦ୍ଵିତୀୟ ମୁକାବିଲା ପାଇଁ ଟସ୍ ପଡ଼ିସାରିଛି। ଟସ୍ ଜିତି ଦକ୍ଷିଣ ଆଫ୍ରିକା ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଋଷଭ ପନ୍ତଙ୍କ ନେତୃତ୍ବରେ ଭାରତ ପ୍ରଥମେ ବ୍ୟାଟିଂ କରିବ। ଦିଲ୍ଲୀରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍ ଜିତି ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି। ଫଳରେ ଏହି ମ୍ୟାଚ୍ ଜିତି ଭାରତ ସିରିଜ ବରାବର କରିବା ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବ।
ଭାରତର ଚୂଡାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ ଘଟିନାହିଁ। ସମାନ ଏକାଦଶକୁ ନେଇ ପଡିଆକୁ ଓହ୍ଲାଇବେ ପନ୍ତ ବାହିନୀ। ପ୍ରଥମ ଟି-୨୦ ଭାରତ ହାରି ଥିବାରୁ କଟକରେ କମ୍ ବ୍ୟାକ୍ ପାଇଁ ଦଳ ଜୋରଦାର ଅଭ୍ୟାସ କରିଛି । ବାରବାଟୀ ବ୍ୟାଟଲକୁ ନେଇ କ୍ରିକେଟପ୍ରେମୀଙ୍କ ଉତ୍କଣ୍ଠା ବଢ଼ିବାରେ ଲାଗିଛି । ବାରବାଟୀରେ ଭଲ୍ ସ୍କୋର ସହ ବିଗ୍ ଫାଇଟ୍ ଦେଖିବାକୁ ଅପେକ୍ଷା କରିଛନ୍ତି ଦର୍ଶକ ।ଭାରତୀୟ ଦଳର କଟକ ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ରେକର୍ଡ ବହୁତ ଖରାପ ରହିଛି। ଦୁଇ ଦଳ ମଧ୍ୟରେ ଏହି ମଇଦାନରେ ଗୋଟିଏ ଟି-୨୦ ମୁକାବିଲା ଖେଳାଯାଇଛି। ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ୬ ଓ୍ଵିକେଟ୍ରେ ବିଜୟୀ ହୋଇଛି। ପୂର୍ବରୁ କଟକରେ ଦୁଇ ଦଳ ମଧ୍ୟରେ ୨୦୧୫ ଅକ୍ଟୋବର ୫ରେ ଟି-୨୦ ମ୍ୟାଚ୍ ଖେଳାଯାଇଥିଲା। ଭାରତୀୟ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳ ୧୭.୨ ଓଭରରେ କେବଳ ୯୨ ରନରେ ଅଲଆଉଟ୍ ହୋଇଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ୧୭.୧ ଓଭରରେ ୪ ଓ୍ଵିକେଟ୍ ହରାଇ ୯୬ ରନ କରି ମ୍ୟାଚ୍ ଜିତିଥିଲା। ପ୍ରାୟ ସାତ ବର୍ଷ ପରେ ଦୁଇ ଦଳ ପୁଣି ଥରେ ଏହି ମଇଦାନରେ ମୁହାଁମୁହିଁ ହେବାକୁ ଯାଉଛନ୍ତି। କଟକରେ ଏ ପର୍ଯ୍ୟନ୍ତ ମୋଟ୍ ଦୁଇଟି ଅନ୍ତର୍ଜାତୀୟ ଟି-୨୦ ମୁକାବିଲା ଖେଳା ଯାଇଛି। ଗୋଟିଏ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଥିବା ବେଳେ ଦ୍ଵିତୀୟ ମୁକାବିଲା ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ୨୦୧୭ ଡିସେମ୍ବର ୨୦ରେ ଖେଳାଯାଇଥିଲା। ଏହି ମ୍ୟାଚ୍ରେ ଭାରତ ଶ୍ରୀଲଙ୍କାକୁ ୯୩ ରନରେ ହରାଇଥିଲା। ଭାରତ ପ୍ରଥମେ ବ୍ୟାଟିଂ କରି ୩ ଓ୍ଵିକେଟ୍ ହରାଇ ୧୮୦ ରନ କରିଥିଲା। ଜବାବରେ ଶ୍ରୀଲଙ୍କା ୮୭ ରନରେ ଅଲଆଉଟ୍ ହୋଇଥିଲା।
ଭାରତ ଏକାଦଶ: ଈଶାନ କିଶନ, ଋତୁରାଜ ଗାଏକ୍ବାଡ, ଶ୍ରେୟସ ଆୟର, ଋଷଭ ପନ୍ତ୍ (ଅଧିନାୟକ ଓ ୱିକେଟରକ୍ଷକ), ହାର୍ଦିକ ପାଣ୍ଡ୍ୟା, ଦୀନେଶ କାର୍ତିକ, ଅକ୍ଷର ପଟେଲ୍, ହର୍ଷଲ ପଟେଲ୍, ଅଭେସ୍ ଖାନ୍, ଭୁବନେଶ୍ବର କୁମାର, ୟୁଝବେନ୍ଦ୍ର ଚହଲ୍।
ଦକ୍ଷିଣ ଆଫ୍ରିକା: ହେନ୍ରିଚ କାଲସେନ୍ (ୱିକେଟରକ୍ଷକ), ତେମ୍ବା ବଭୂମା, ରାସି ଭାନ୍ ଡର୍ ଦସେନ୍, ଡେଭିଡ୍ ମିଲର, ତ୍ରିସ୍ତାନ ଷ୍ଟବ୍ସ, ଡ୍ବାଇନ୍ ପ୍ରିଟୋରିୟସ୍, ୱେନ ପାର୍ନେଲ, କାଗିସୋ ରବାଦା, କେଶବ ମହାରାଜ, ଅନରିକ୍ ନର୍ଖିୟା, ତାବ୍ରାଇଜ ସାମସୀ।
